ଭୁବନେଶ୍ଵର : ରାଜ୍ୟରେ ବଢୁଛି ହିଂସା ଓ ଅପରାଧିକ କାର୍ଯ୍ୟକଳାପ । ଯାହାକୁ ନେଇ ଅଶାନ୍ତ ହୋଇପଡ଼ିଛି ଓଡ଼ିଶା । ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାଵ ଆଲୋଚନା ସମୟରେ ଗୃହରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନ ଦିଅନ୍ତୁ ବୋଲି ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବିହୀନିପତି ।
ଅନେକ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ରହିଛି । ତେଣୁ ସେ ଏହି ପ୍ରସଙ୍ଗରେ ଉତ୍ତର ନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିବାକୁ ଦାବି କରିଛନ୍ତି ତାରା । ସେପଟେ ଏ ନେଇ ବାଚସ୍ପତି, ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ କହିବାରୁ, କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି ।
