ନିର୍ବାଚନ ଫଳାଫଳ ପରେ ପୁଣି ହିଂସା

ବ୍ରହ୍ମପୁର : ନିର୍ବାଚନ ଫଳାଫଳ ପରେ ପୁଣି ମାତିଲେ ଦୁର୍ବୃତ୍ତ । ବ୍ରହ୍ମପୁର ନିର୍ବାଚନ ଫଳାଫଳ ପରେ ପୁଣି ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଥିବା ଖବର ଆସିଛି । ଗୋଷାଣିନୂଆଗାଁ ବ୍ରିଟ୍‌ କଲୋନୀରେ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଭଙ୍ଗାରୁଜା କରିବା ସହ ଗାଳିଗୁଳଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନା ମୁତାବକ ପରାଜିତ ସ୍ବାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଦୁର୍ବୃତ୍ତମାନେ ଗାଲିଗୁଲଜ କରିବା ସହ ଭଙ୍ଗାରୁଜା କରିଛନ୍ତି । ତାହା ସହ ୧୨ ନଂ ୱାର୍ଡର ସ୍ବାଧୀନ ପ୍ରାର୍ଥୀ ବୀରେନ ପଟ୍ଟନାୟକଙ୍କ ବାଇକ୍‌ ଭାଙ୍ଗାରୁଜା କରିବା ସହ ଘର ସାମ୍ନାରେ କିଛି ବ୍ୟକ୍ତି ଖରାପ ଗାଳିଗୁଲଜ କରିଥିବା ମଧ୍ୟ କୁହାଯାଉଛି । ଏପରି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *