ମେଷ : ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ସନ୍ତାନ ଠୁଁ ଖୁସି ଖବର ପାଇବେ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ ।
ବୃଷ : ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ । ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ ।
ମିଥୁନ : ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ । ମକଦ୍ଦମାରେ ଜୟଯୁକ୍ତ ହେବେ । ବେକାରଙ୍କୁ ଚାକିରି ମିଳିପାରେ ।
କର୍କଟ : ଅଧିକ ସମୟ ପୂଜାପାଠରେ ବିତିବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ହେବ । ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ । ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗିବ ।
ସିଂହ : ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ । କଳା କ୍ଷେତ୍ରରେ ଥିବା ଲୋକେ କିଛି ନୂଆ କରିବେ । ବ୍ୟବସାୟରେ ଇନ୍ନତି ହେବ ।
କନ୍ୟା : କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ । ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ ।
ତୁଳା : କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । ଶତ୍ରୁ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣଙ୍କୁ ସେତେ ଲାଭ ମିଳିବ । ଜୀବନସାଥୀଙ୍କୁ ସମୟ ଦିଅନ୍ତୁ ।
ବିଛା : କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ଧନପ୍ରାପ୍ତିର ଭଲ ଯୋଗ ରହିଛି ।
ଧନୁ : ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ । ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ ।
ମକର : ଆପଣ ସକରାତ୍ମକ ରହିବେ । ମନରେ ନୂଆ ଆଶା ସୃଷ୍ଟି ହେବ । ବିଦ୍ୟାର୍ଥୀ ନିଜର କ୍ୟାରିୟର ଗଢିବା ପାଇଁ ଅଧିକ ପରିଶ୍ରମ କରିବେ ।
କୁମ୍ଭ : ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଦିନଟି ବ୍ୟସ୍ତତାରେ କଟିବ । ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି । ଛାତ୍ରଛାତ୍ରୀ ଲେଖାପଢାରେ ଅଧିକ ମନ ଦିଅନ୍ତୁ ।
ମୀନ : ପୁରୁଣା ସମସ୍ୟାର ସମାଧାନ ହେବ । ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ ।
