ନୀଳଗିରି ଥାନାରେ ଇଏ କଉ ଇଞ୍ଜିନିୟର ? ମନେରଖନ୍ତୁ ସରକାରୀ ଆସବାବପତ୍ର କାହା ବାପରନୁହଁ

ନୀଳଗିରି : ରାଜ୍ୟରେ ପୋଲିସ ବିଭାଗରେ ବିଶ୍ରୁଙ୍ଖଳତା ଜେମିତି ନିତିଦିନିଆ କଥା ହେବାକୁ ଲାଗିଲାଣି I ଏ ପାଇଁ କିଏ ଦାଇ ସେ କଥା ଛାଡିଦେବା କିନ୍ତୁ ଜେଉଁ ମାନେ ବିଶ୍ରୁଙ୍ଖଳତାକୁ ପ୍ରଶ୍ରୟ ଦେଉଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ବଡ ପ୍ରଶ୍ନ ବାଚି I ସରକାରି ଅଫିସ ବା ଆସବାବପତ୍ର ଏଇଗୁଡାକ କାହା ବାପର ନୁହଁ I ଏ ସବୁ ସାଧାରଣ ଲୋକଙ୍କର I ତାକୁ ଜଗାରଖା କରିବା ବା ବ୍ୟବହାର କରିବା ପାଇଁ ନିର୍ଦିଷ୍ଟ ଲୋକଙ୍କୁ ଦାଇତ୍ବ ଦିଆଯାଇଥାଏ I ତା ମାନେ ନୁହଁ କାହା ଘଇତା , ମାଇପ , ବାପ ,ଭାଇ ବା ଭଉଣି ତାକୁ ଖୁଲମ ଖୁଲା ବ୍ୟବହାର କରିବେ ଜଦି କରନ୍ତି ତାହା ଭୂଲ I ତେବେ ସେମିତି କିଛି ଦ୍ରୁଶ୍ୟ ନୀଳଗିରି ଥାନାରେ ଦେଖିବାକୁ ମିଳିଛି I ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି ଜେଉଁ ଭିଡିଓରେ ଜଣେ ଅପରିଚିତ ବ୍ୟକ୍ତି ନୀଳଗିରି ଥାନା ଭିତରେ ପସି ଏକ ଟେବୁଲରେ ଥିବା କମ୍ପ୍ୟୁଟରକୁ ହନ୍ତାଳୁଛନ୍ତି ଖୁସିରେ ମଧ୍ୟ ଭାରି କରୁକୁଟି ପଡୁଛନ୍ତି I ତେବେ ସେ ବ୍ୟକ୍ତି ଜଣକ କିଏ ? କହିଁକି ପସି କମ୍ପ୍ୟୁଟରଟି ନିଜର ଭଳି ହନ୍ତାଳୁଛନ୍ତି ? ଏଭଳି କରିବା ପାଇଁ କିଏ ସ୍ବୀକ୍ରୁତି ଦେଲା ? କାହା ନିର୍ଦେଶରେ ଇଏ ଥାନା ଭିତରେ ପସିଲେ ? ଇଏ ଥାନାରେ ଏମିତି ପସନ୍ତି ନା ଆଉ କଉଟିବି ପସିବାର ଅଭ୍ୟାସ ଅଛି ? ଥାନାର ବହୁଆବଶ୍ୟକିୟ କାଗଜ ପତ୍ର ହାର୍ଡ କପି ବା ସ୍ବପ୍ଟ କପି ରହିଥାଏ ସେଗୁଡିକ ଚୋରି ହେଲେ ବା ନଷ୍ଟ ହେଲେ ତା ପାଇଁ କିଏ ଦାଇ ରହିବ ? ସାଧାରଣ ଲୋକଙ୍କ ଅଭିଯୋଗ ମୂଳେ  ଯାହା ଜଣା ପଡିଛି ଏଇବ୍ୟକ୍ତି ଜଣକ ବହୁସମୟରେ ଏଭଳି ମନଇଛା ଥାନା ଭିତରେ ବୁଲନ୍ତି I ତେବେ ଇଏ ବାବୁ ଜଣକ କିଏ ତାହା ଏବେ ବଡ ପ୍ରଶ୍ନ ? ଇଏ ବାବୁ କୈଣସି ଆପତ୍ତିଜନକ କାର୍ଯ୍ୟ କରୁନାହାନ୍ତିତ !  ଜେଉଁଥିପାଇଁ ଏ ବ୍ୟକ୍ତିଙ୍କୁ ସାଧାରଣ ଲୋକ ସନ୍ଦେହ ଆଖିରେ ଦେଖୁଛନ୍ତି ବା ପ୍ରଶ୍ନ କରୁଛନ୍ତି ! ତେବେ ଏହାକୁ ନେଇ କିଛି ଲୋକ ପ୍ରଶ୍ନ କରି କହିଛନ୍ତି ଇଏ କଣ କମ୍ପ୍ୟୁଟର ଇଞ୍ଜିନିୟର ? ଏସପି ବାଲେଶ୍ବର ନା ନୀଳଗିରି ଏସଡିପିଓ କିଏ ଏ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି ? ନା ଥାନାକୁ ଇଏ ଶଶୁର ଘର ଭାବି ମନଇଛା ଏମିତି ପସନ୍ତି ?  ତେବେ ନୀଳଗିରି ଥାନାର ଆଇ ଆଇସି ଦାଇତ୍ବରେ ଥିବା ଜୟ ସିଂ ବାବୁ ଏଭଳି କାର୍ଯ୍ୟକୁ ବନ୍ଦ କରିବା ଦରକାର ନହେଲେ ନେଡିଗୁଡ କହୁଣିକୁ ବୋହିଲେ ଆପଣଙ୍କୁହିଁ ସମାଲୋଚନାର ସ୍ବୀକାର ହେବାକୁ ହେବ I

Leave a Reply

Your email address will not be published. Required fields are marked *