ପଞ୍ଚାୟତ ନିର୍ବାଚନ ପାଇଁ ଉଜୁଡିଗଲା ସଂସାର

ଭଦ୍ରକ : ପଞ୍ଚାୟତ ନିର୍ବାଚନ ପାଇଁ ଗୋଟେ ସଂସାର ଉଜୁଡିଗଲା । ଲୋକଙ୍କ ଟାହିଟାପରା ଏତେ ବାଧିଲା ଯେ ପ୍ରଥମେ ସ୍ୱାମୀ ଆତ୍ମହତ୍ୟା କଲେ । ଆଉ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ପ୍ରାର୍ଥୀ ସୁମିତ ଶେଷରେ ଆଖି ବୁଜିଲେ । ଆମେ କହୁଛୁ  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ଗ୍ରାମ ପଞ୍ଚାୟତ କଥା ।

ସ୍ୱାଧୀନ ଦଳ ପକ୍ଷରୁ ସମିତି ସଭ୍ୟାପ୍ରାର୍ଥୀ ହୋଇ ହାରି ଯାଇଥିଲେ ଶ୍ରୀମତୀ ସୁମତି ପରିଡା । ଆଉ ତା’ପରେ ଏହି ପଞ୍ଚାୟତର ବିଜେଡ଼ି ଦଳର ବିଜୟୀ ହୋଇଥିବା ପ୍ରାର୍ଥୀ ଏକ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ସମୟରେ ଅଶୋକ ନାୟକ, ପିତା ସତ୍ୟସୁନ୍ଦର ନାୟକଙ୍କ ଇଙ୍ଗିତରେ ବିଜୟୀ ପ୍ରାର୍ଥୀଙ୍କର କର୍ମୀ କୃପାସିନ୍ଧୁ ନାୟକଙ୍କ ସହିତ ପାଟିତୁଣ୍ଡ ହୋଇଥିଲା ।

ଗତ ୧୩ ତାରିଖରେ ବିଜୟୀ ପ୍ରାର୍ଥୀ ଓ ତାଙ୍କ କର୍ମୀମାନେ ହାରିଯାଇଥିବା ପ୍ରାର୍ଥୀନୀଙ୍କୁ ଗାଳି ଗୁଲଜ କରିବା ସହ ଟାହିଟାପରା କରିଥିଲେ । ଏତେ ମାତ୍ରାରେ ଅପମାନିତ କରିଥିଲେ ଯେ ମାନସିକ ଭାରସାମ୍ୟ ହରାଇ ଘର କବାଟ ବନ୍ଦ କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ତା’ପରେ ପଙ୍ଖାରେ ଝୁଲି ପଡିଥିଲେ ସ୍ୱାମୀ । ଏହାକୁ ସହିନପାରି ପାଣିରେ ବିଷ ମିଶାଇ ଖାଇ ଦେଇଥିଲେ ସୁମତି ପରିଡା ।

ସଙ୍ଗେ ସଙ୍ଗେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସ୍ୱୀମୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ସୁମତି ଗୁରୁତର ହୋଇ କଟକର ଏକ ମେଡିକାଲରେ ଭର୍ତ୍ତି ହୋଇଥିଲେ ।  ଆଜି ସ୍ୱାମୀ ରମାକାନ୍ତଙ୍କ ଦଶାହ ଥିବାବେଳେ ଆଖିବୁଜିଲେ ସ୍ତ୍ରୀ ସୁମତି ।

ଫଳରେ ଭଦ୍ରକ ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଟାହିଟାପରା କରିବା ଅଭିଯୋଗ ହୋଇଥିଲା । ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ରମାକାନ୍ତଙ୍କ ବାପା ।

Leave a Reply

Your email address will not be published. Required fields are marked *