ବନ୍ଧୁକ ଛାଡି ଗ୍ରହଣ କଲେ କମ୍ପ୍ୟୁଟର ଶିକ୍ଷା

ନବରଙ୍ଗପୁର : ବନ୍ଧୁକ ଛାଡି ଗ୍ରହଣ କଲେ କମ୍ପ୍ୟୁଟର ଶିକ୍ଷା । ମହିଳା ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପରେ ଏବେ ବନ୍ଧୁକ ଛାଡି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଛନ୍ତି । ହାର୍ଡ କୋର ମହିଳା ମାଓବାଦୀ କମଲେଶ୍ଵରୀ ମାରି କମ୍ପ୍ୟୁଟର ଶିକ୍ଷା ଗ୍ରହଣ ପରେ ଡିଜି କମ୍ପ୍ୟୁଟର ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।

ଡିଆଇଜି ରାଜେଶ ପଣ୍ଡିତଙ୍କ ନିକଟରେ ଗତ ୧୧ ଡିସେମ୍ବର ୨୦୨୧ ମସିହାରେ ଆତ୍ମସମର୍ପଣ କରିଥିଲେ ମହିଳା କ୍ୟାଡ଼ର ମାଓବାଦୀ । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଜଣକ ଯୁକ୍ତଦୁଇ ଶିକ୍ଷାଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ପଲିସିରେ ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଅନୁଯାୟୀ କୌଣସି ଏକ ବିଷୟରେ ଶିକ୍ଷା ଗ୍ରହଣ କରିବା ପାଇଁ କୁହାଯାଇଥିଲା ।

ନିଜ ରୁଚି ଅନୁଯାୟୀ କମଲେଶ୍ଵରୀଙ୍କୁ ୩ ମାସର କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପ୍ତ କରିଥିବାରୁ ତାଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *