ଆଜିର ରାଶିଫଳ

ମେଷ : ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ । ଅନ୍ୟମାନଙ୍କ କାମରେ ନିଜର ମତ ଦେବାରୁ ନିବୃତ୍ତ ରୁହନ୍ତୁ ।  ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ ।
ବୃଷ : ପୁରୁଣା କଥା ନେଇ ଚିନ୍ତିତ ରହିବେ । ପାରିବାରିକ କାମରେ କନିଷ୍ଠ ସଦସ୍ୟଙ୍କ ସାହାଯ୍ୟ ପାଇବେ । ମହିଳାଙ୍କ ଲାଗି ଭଲ ଦିନଟିଏ ।
ମିଥୁନ : ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ ।
କର୍କଟ : ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ । ଆପଣଙ୍କ ପିଲା ବ୍ୟବସାୟ କାମରେ ସହଯୋଗ କରିବେ । ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ ।
ସିଂହ : ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତୀ ଭଲ ରହିବ । ବହୁ ଦିନର ସ୍ୱପ୍ନ ସାକାର ହେବ । ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ । ପ୍ରେମ ସମ୍ବନ୍ଧ ଗଭୀର ହେବ ।
କନ୍ୟା : ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ । ସ୍ୱଭାବରେ ଟିକେ ଚିଡିଚିଡାପଣ ରହିବ । ଯନ୍ତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ । ପିଲାଙ୍କ କ୍ୟାରିୟର ପାଇଁ ମହତ୍ତ୍ବପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।
ତୁଳା : ନୂଆ କାମରେ ରୁଚି ବଢିବ । ସରକାରୀ ଅଫିସରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ । ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ ।
ବିଛା : ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ । ଅଫିସରେ ଅଧିକ ସମୟ କାମ କଲେଯାଇ ବଳକା କାମ ପୂରା ହେବ । ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ ।
ଧନୁ : ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ମକର : ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ । ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ।
କୁମ୍ଭ : ଅଧିକ ସମୟ ପୂଜାପାଠରେ ବିତିବ । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ ।
ମୀନ : ଆହ୍ୱାନକୁ ଦୃଢଭାବେ ମୁକାବିଲା କରନ୍ତୁ । ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ । ବେପାର ଭଲ ହେବ । ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି ।

Leave a Reply

Your email address will not be published. Required fields are marked *