ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ : ଜଣେ ଗୁରୁତର ଆହତ

ବଣାଇଗଡ! ଲୋକନାଥ ସାମଲ
ବଣାଇ ଉପଖଣ୍ଡ ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ନରେନ୍ଦ୍ର ବ୍ରାହ୍ମଣୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବାବେଳେ,ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି, ଘଟଣା ରୁ ପ୍ରକାଶ ଇନ୍ଦ୍ର ପୁର ଗ୍ରାମ ର ସୁରେଶ କୁମାର ସାହୁ ବୟସ ୩୭ , ତାଙ୍କ ସାଙ୍ଗ ଉପରପଡା ଗ୍ରାମର ଜଗା ଭୋଇଙ୍କ ସହିତ ନିଜ ସ୍କୁଟିରେ କୋୖଣସି କାମରେ ଯାଉଥିବା ସମୟରେ ନରେନ୍ଦ୍ର ସେତୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ସୋଇଯାଇଥିବା ବେଳେ , ଦୁହେଁ ସ୍କୁଟିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ, ତେବେ ଯାତାୟତ କରୁଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେବା ସହିତ ଆହତଙ୍କୁ ଉଦ୍ଧାର କରି ଵଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ସେଠାରେ ଡ଼ାକ୍ତର ସୁରେଶ କୁଂ ମୃତ ଘୋଷଣା କରିଥିଲେ, ଏବଂ ଗୁରୁତର ଯୁବକକୁଂ ପ୍ରାଥମିକ ଚିକିତ୍ସା ପରେ , ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରି ଥିବା ଜଣା ପଡିଛି, ମୃତ ଯୁବକ ଜଣକ ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ର ବୋଲି ଜଣାପଡିଛି, ସେ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ରେ ଥିବା ରିଲାଏବୁଲ କାରଖାନା ର ଗେଷ୍ଟ ହାଉସ ରେ ରୋଷେଇୟା ଭାବେ କାମ କରୁଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଓ ଗାଡ଼ି ଜବତ କରିବା ସହିତ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *