ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ପଞ୍ଚାୟତ ଅଫିସର ଭିଜିଲାନ୍ସର ତିନି ଜଣିଆ ଟିମ ଆଜି ଚଢ଼ାଉ କରିଥିବା ଜଣାପଡିଛି , ସୂଚନା ମୁତାବକ ଜଳେଶ୍ୱର ବ୍ଲକ କଳମା ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ୩୬ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନୀତିର ହୋଇଥିବା ନେଇ ଜଳେଶ୍ୱର କଂଗ୍ରେସ ବାଲେଶ୍ଵର ଜିଲ୍ଲାପାଳ ଏବଂ ବାଲେଶ୍ଵର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲା ,ଅଭିଯୋଗ କିଛି ମାସ ବିତିଥିଲେ ମଧ୍ୟ ବିଶେଷ କରି ବାଲେଶ୍ଵର ଭିଜିଲାନ୍ସ ବିଭାଗ ଆଜି ତାତ୍ପର ଦେଖାଇଛ , ପଞ୍ଚାୟତର କାର୍ଯ୍ୟାଳୟ ରେ ଭିଜିଲାନ୍ସ ଟିମ ପହଂଚି ପୂର୍ବ ବର୍ଷ ର ସମସ୍ତ କ୍ୟାସବୁକ, ପାସବୁକ ,ମନେରେଗା କାର୍ଯ୍ୟର କାଗଜ ପତ୍ର ଜବତ କରି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ , ତଦନ୍ତ ସମୟରେ ପଂଚାୟତ ର PEO, GRS, ଓ ସରପଞ୍ଚ ଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି ।
