ପୁରୀ : ସେବାୟତଙ୍କୁ ଗୁଳି କରି ହତ୍ୟା । ବାରବାଟୀ ଆଖଡା ନିକଟରେ ସେବାୟତ କୃଷ୍ଣଚନ୍ଦ୍ର ପ ପ୍ରତିହାରୀଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ସୂଚନା ।
ତେବେ ତାଙ୍କୁ ମେଡିକାଲ ନେଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦୁଇ ଜଣ ଦୁବୃର୍ତ୍ତ ଦୁଇ ରାଉଣ୍ଡ ଗୁଳି କରି ପୁରୀର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଛନ୍ତି । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଗୁଳି କାଣ୍ଡ ଘଟିଥିବା କୁହାଯାଉଛି ।
ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡର ମାମଲାରେ ସମ୍ପୃକ୍ତ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଛି । ବାରବାଟୀ ଜାଗାର ଉନ୍ନତିମୂଳକ କାର୍ଯ୍ୟ ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ଆଜି ସକାଳେ ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ ।
ଦୁଇ ଜଣ ଦୃବୁର୍ତ୍ତ ତାଙ୍କ ମୁଣ୍ଡକୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୁରୀର ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁଲିସ ଗିରଫ କରିଥିଲା । କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ତେବେ ଏହି ଘଟଣା ସହ ତାଙ୍କର ହତ୍ୟାର ସଂଯୋଗ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
କେଉଁ କାରଣରୁ ସେବାୟତ ଜଣକୁ ହତ୍ୟା କରାଯାଇଛି ତାହାର ତଦନ୍ତ କରୁଛି ପୋଲିସ । ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ଗୁନ ସିଂହାରୀ ଓରଫ ତଳୁଛ ଭଗବାନ ମହାପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତାରୁ ଗୁନ ସିଂହାରୀଙ୍କୁ ସନ୍ଧ୍ୟା ସାଢେ ୭ଟା ରେ ବଳିଆସାହିରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ ।
