ରକ୍ତରଞ୍ଜିତ ପୁରୀ, ଗୋଟିଏ ଦିନରେ ଦୁଇ ଦୁଇଟି ହତ୍ୟା

ପୁରୀ : ରକ୍ତରଞ୍ଜିତ ପୁରୀ । ଗୋଟିଏ ଦିନରେ ଦୁଇ ଦୁଇଟି ହତ୍ୟା । ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବରର କିଛି ସମୟ ନଯାଉଣୁ ଆଉ ଏକ ହତ୍ୟା । ପୁରୀ ବାଲିଘାଟ ସୁଭଦ୍ରାନଗର ବି ହୋଇଛି ରକ୍ତରଞ୍ଜିତ । ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ତିନିଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କ’ଣ ପାଇଁ ହତ୍ୟା କାଣ୍ଡ ଘଟିଛି ଏହାର କୌଣସି ସୂଚନା ନଥିବାବେଳେ, ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ଅନ୍ୟ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ସେପଟେ ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କୁ ଗୁଳି କରି ହତ୍ୟା ଅଭିଯୋଗ ହୋଇଛି । ପୁରୀ ବାରବାଟୀ ନିକଟରେ ଗୁଳି କରି କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ମୃତକ ଜଣଙ୍କ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ମେଡିକାଲରେ ପହଞ୍ଚିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *