ଜଗତ କଲ୍ୟାଣ ଗ୍ରୁପ୍ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଲହୁଣୀପଡ଼ା : ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ରାଜାମୁଣ୍ଡା ଗ୍ରାମ ପଞ୍ଚାୟତର ଜଗତକଲ୍ୟାଣ ଗ୍ରୁପ୍ ତରଫରୁ ବର୍ତ୍ତମାନ କରୋନା ସମୟରେ ବିଭିନ୍ନ ଡାକ୍ତରଖାନାରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଗତକାଲି ଲୁଥୁର୍ବା ସ୍ଥିତ ଗୈାରି ଆଇଟିଆଇ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇ ଫିତାକାଟିବା ସହିତ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜାମୁଣ୍ଡା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ମାଳତୀ କିସାନ, ବରିଷ୍ଠ ସାମ୍ବାଦିକ କୁମାର ଗୈାତମ ବାରିକ, ଆଇ.ଟି.ଆଇର ନିର୍ଦେଶକ ରାଜୁ ପୃଷେଠ ପ୍ରମୁଖ ଯୋଗଦେଇ ଥିଲେ ।


ଏହି ରକ୍ତ ସଂଗ୍ରହ ଶିବିରରେ ଵଣାଇ ଉପଖଣ୍ଡ ଡ଼ାକ୍ତରଖାନାର ଡଃ ଅନିରୁଦ୍ଧ ବେହେରାଙ୍କ ତତ୍ତ୍ଵାବଧାନରେ ଟେକ୍ନିସିଆନ ମଦନ ସୁନ୍ଦର ନାୟକ, ଇନ୍ଦ୍ରଜିତ ପ୍ରଧାନ, ରମାକାନ୍ତ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ମୋଟ ୩୪ ୟୁନିଟ୍ ରକ୍ତ ସଂଗ୍ରୃହିତ ହୋଇଥିବା ଜଣାପଡିଛି । ଏଥିରେ ଜଗତ କଲ୍ୟାଣ ଗ୍ରୁପ୍ ର ସଭାପତି ବଳଭଦ୍ର କିସାନ, ବିକାଶ ପତି, ଶୁଶାନ୍ତ ସାହୁ, ଵଣାଇ କଳା ସାଂସ୍କୃତିକ ପରିଷଦର ସଦସ୍ୟ ଭୁବନାନନ୍ଦ କିସାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *