ବାଲେଶ୍ଵର : ଟ୍ରେଡିଂ ଏଣ୍ଡ ଗେମିଙ୍ଗରେ ଫେକ୍ ଆକାଉଣ୍ଟ ନେଲା ଜୀବନ । ଶେଷରେ ଦୁଇଟି ଚିଠି ଲେଖି ଜୀବନ ହାରିଲେ ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁ ସୌମିତ୍ର ନନ୍ଦୀ । ସାଙ୍ଗମାନେ ଟ୍ରେଡିଂ ଓ ଗେମିଙ୍ଗରେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ଖେଳୁଥିଲେ । ଯେତେବେଳେ ହାରି ଯାଉଥିଲେ ସାଙ୍ଗମାନେ ଜବରଦସ୍ତି ଟଙ୍କା ଆଦାୟ କରୁଥିଲେ ।
ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ଅମ୍ବଳିଅଠା ଗ୍ରାମର ସୌମିତ୍ର ନନ୍ଦୀ । ବାଙ୍ଗାଲୋର ଠାରେ ଇନ୍ଫୋସିସ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେଠାରେ କିଛି ସାଙ୍ଗ ତାଙ୍କ ଆଇ.ଡି. କୁ ବ୍ୟବହାର କରି ଟ୍ରେଡିଂ ଏଣ୍ଡ ଗେମିଙ୍ଗରେ ଟଙ୍କା ଲଗାଇଥିଲେ । ଯେତେବେଳେ କ୍ଷତି ସହୁ ଥିଲେ ସେତେବେଳେ ସାଙ୍ଗମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ କହିଛନ୍ତି ।
ଏହିପରି ସୌମିତ୍ର ଲକ୍ଷାଧିକ ଟଙ୍କା ତାଙ୍କ ସାଙ୍ଗମାନଙ୍କୁ ଦେବା ସତ୍ୱେ ବାକି ଟଙ୍କା ନଦେଇ ପାରିବାରୁ ଜଳେଶ୍ବର ଥାନାରେ ମାମଲା ପହଞ୍ଚିବା ପରେ ତାଙ୍କ ବାପା ଜମି ଜାଗା ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିବା କଥା କହିଛନ୍ତି । ଏହିଭଳି ବାରମ୍ବାର ବ୍ଲାକମେଲର ଶୀକାର ହେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ତେବେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରିବାକୁ ସେ ଲେଖିଛନ୍ତି ।
