ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ଭୋଗରାଇ : କଳା କନା ବୁଲାଇଲା ଚୋର । ଭୋଗରାଇ ଥାନା ଅନ୍ତର୍ଗତ ରସିଦପୁର କୃପାକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ । ଦାନ ହୁଣ୍ଡି, ବସ୍ତ୍ର, ମୁକୁଟ ଦୁର୍ବୁର୍ତ୍ତମାନେ ଲୁଟି ନେଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ଭୋଗରାଇ ପୋଲିସ ।

ସୂଚନା ଅନୁଯାୟୀ, ମନ୍ଦିରର ପୂଜକ ପତିତପାବନ ପଣ୍ଡା ପ୍ରତେକ ଦିନ ଭୋର ଚାରିଟାରେ ପ୍ରଭୁଙ୍କ ସକାଳ ଆରତୀ କରିବା ପାଇଁ ଆସିଥାନ୍ତି । କିନ୍ତୁ ଆଜି ଭୋର ଚାରିଟାରେ ଶ୍ରୀ ପଣ୍ଡା ଆସିଥିବାବେଳେ ମନ୍ଦିରର ସମସ୍ତ କବାଟ ଖୋଲା ପଡିଥିବା ଦେଖି ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ମନ୍ଦିରର ସମସ୍ତ ମେମ୍ବରଙ୍କୁ ଖବର ଦେଇଥିଲେ ।

ତେବେ ସମସ୍ତେ ପହଞ୍ଚିବା ପରେ ମନ୍ଦିର ଭିତରକୁ ପ୍ରବେଶ କରି ଦେଖିଲା ବେଳକୁ ୩ ଠାକୁର ପିନ୍ଧିଥିବା ସମସ୍ତ ସୁନା ରୁପା ଗହଣା ସହିତ ୨ଟି ଦାନ ବାକ୍ସ ଭାଙ୍ଗି ୫୦ ହଜାରରୁ ଉର୍ଦ୍ଧ ଟଙ୍କା ଦୁର୍ବୁତ୍ତମାନେ ଲୁଟି ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *