ଘର ମରାମତି ବେଳେ ଅଘଟଣ, ଶ୍ରମିକମାନେ କାମ କରୁଥିବାବେଳେ ଭୁଶୁଡି ପଡିଲା କାନ୍ଥ

ଢେଙ୍କାନାଳ : ଘର ମରାମତି ବେଳେ ଅଘଟଣ । ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡି ପଡିଛି କାନ୍ଥ । ଫଳରେ କାନ୍ଥ ମାଡିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଢେଙ୍କାନାଳ ସହରର ଜବହାର ଚୌକର ଜଗୁ ସ୍ୱାଇଁଙ୍କ ଘର ମରାମତି  ହେଉଥିଲା । ୬ ଜଣ ଶ୍ରମିକମାନେ ଆସି ଏହି କାମ କରୁଥିଲେ । ତେବେ କାମ କରୁଥିବା ବେଳେ ପାଖରେ ଥିବା ଅସୁରକ୍ଷିତ କାନ୍ଥ ଭୁଶୁଡି ପଡିଥିଲା । ଯାହା ଫଳରେ କିଛି ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ । ତୁରନ୍ତ ଶ୍ରମିକମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ଲାଗି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ଟାଉନ୍‌ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତ ଶ୍ରମିକଙ୍କ ପରିଚୟ ମିଳି ପାରିନଥିବା ବେଳେ, ଗୁରୁତର ଶ୍ରମିକମାନେ ହେଲେ ସଦର ଥାନା ବିରଡ଼ିଆ ଗାଁର ଅଭିନ ନାୟକ ଓ ସୋଗର ପଶି ଗ୍ରାମର କରୁଣାକର ବେହେରା । ଆହତ ଶ୍ରମିକ ମାନେ ଏବେ ବିପଦ ମୁକ୍ତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *