ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା

ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ହତ୍ୟା ।  ମାଲକାନଗିରି ମୁଦୁଲିପଡାରେ ଅନ୍ଧବିଶ୍ବାସ । ବଣ୍ଡାଘାଟିର କିଛପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

କିଛପଡା ଗ୍ରାମର ସମା କିର୍ଷାନି ଗତ ବୁଧବାର ରାତିରେ ଶୋଇଥିବା ସମୟରେ ରାତି ଅଧରେ ସମାଙ୍କ ଘରେ କିଛି ଦୁର୍ବୁତ୍ତ ପଶି ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ । କିଏ ହତ୍ୟା କଲା ଜଣାପଡିନଥିବା ବେଳେ ଗାଁ ଲୋକେ ମୁଦୁଲିପଡା ଥାନାରେ ଗତ ଗୁରୁବାର ଦିନ ଜଣେଇଥିଲେ । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ଯାଇ ଶବ ଜବତ କରିଥିଲେ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *