ଜଳେଶ୍ବର : (ସଂଜୟ ଦାସ) ଲେଶ୍ଵର ଜିଲ୍ଲା ଜଳେଶ୍ଵର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜଳେଶ୍ଵର ଶାଖା ପକ୍ଷରୁ 100ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।1920 ମସିହା ଆଜିର ଦିନରେ କମ୍ୟୁନିଷ୍ଟ ପାର୍ଟି ଗଠନ ହୋଇଥିଲା।ଦେଶର ସ୍ବାଧୀନତା ଆନ୍ଦୋଳନ ଭିତରେ ଯେଉଁମାନେ ରାଜନୈତିକ ସ୍ବାଧୀନତା, ଅର୍ଥନୈତିକ ସ୍ବାଧୀନତା ଏବଂ ଦେଶରେ ସାମ୍ୟବାଦ ଚିନ୍ତାଧାରା ଆସୁ ବୋଲି ଚାହୁଁଥିବା ନେତୃତ୍ବ ମଣ୍ଡଳୀ ଙ୍କ ର ସ୍ବପ୍ନ ଆଜିବି ପୂରଣ ହୋଇନାହିଁ। ଯେଉଁମାନେ ଶହେବର୍ଷ ଭିତରେ କମ୍ୟୁନିଷ୍ଟ ପାର୍ଟି କୁ ଗଢିତୋଳିବା ପାଇଁ ଓ ଗଣତନ୍ତ୍ରକୁ ରଖ୍ଯା କରିବା ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ର ସ୍ବପ୍ନକୁ ସାକାର କରିବା ପାଇଁ ବାମପନ୍ଥୀ ନେତା ମାନେ ଏକ ହେବା ଜରୁରୀ ବୋଲି ବୈଠକରେ ସିପିଆଇ ଏମ ଲୋକାଲ କମିଟିର ସଭାପତି ଦୀଲ୍ଲିପ କୁମାର ଗିରି ,ଦିପ୍ତିମାନ ଆଚାର୍ଯ୍ୟ,ଦିଲ୍ଲିପ ପରିଡ଼ା,ପଲ୍ଟୁଦାସ,ଜୀବନ ପରିଡ଼ା, ରବିନ୍ଦ୍ର ବାରିକ,ମଦନ ମାହାଲି, ଗଣେଶ ଭୂୟାଁ,ଲଖ୍ମୀଧର ପଲାଇ,ସେକ ସାଦ୍ଦିକ, ସେକ ନଜୁମୁଦ୍ଦିନ, ଅବଦୁଲ ଜଲିଲ ଖାଁ, ଅଶ୍ବନୀ ପ୍ରଧାନ ପ୍ରମୁଖ ମତ ରଖିଥିଲେ ।
