ଜଳେଶ୍ୱର 🙁 ସଞ୍ଜୟ ଦାସ ) ଜଳେଶ୍ୱର ସହର ଭିତରେ ଦୀର୍ଘ ଦିନ ଧରି ଭଡ଼ା ଘରେ ରହି ଆସୁଥିଲେ କିଛି କଲେଜ ଛାତ୍ରୀ। ସବୁଦିନ ଭଳି ଆଜି ସନ୍ଧ୍ୟାରେ ଛାତ୍ରୀମାନେ ରୁମ ଭିତରେ ବସି କିଏ ପାଠ ପଢୁଥିଲେ ତ ଆଉ କିଏ ନିଜର ଜଳଖିଆ ଖାଇବାରେ ବ୍ୟସ୍ତ ଥିଲେ । ହାଠାତ ଏକ ରୁମରେ ଲାଗିଥିଲା ନିଆଁ ।ନିଆଁର ବେଗ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ବାକି ନିଆଁ ମୁହଁରୁ ବଞ୍ଚିଗଲେ ୧୦ ଜଣ କଲେଜ ଛାତ୍ରୀ ।
ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଳା ,ଜଳେଶ୍ୱର ବ୍ଲକ ପଥରପୁରା ଗାଁରେ । ଖବରରୁ ଜଣାପଡିଛି ଯେ ପଥରପୁରା ଗାଁର ଏସ କେ. ସମ୍ ସେର (ନେପା) ଙ୍କ ଦୁଇ ମହଲା ଘରର ତଳ ମହଲାକୁ କଲେଜ ଛାତ୍ରୀଙ୍କୁ ଭଡାରେ ଦିଆଯାଇଥିବା ବେଳେ ଉପର ମହଲାରେ ଖୋଦ ମାଲିକ ରହୁଥିଲେ। ତେବେ ସନ୍ଧ୍ୟାରେ ତଳ ମହଲାରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ବୋଲି ଜଣାପଡିଛି । ଧିରେ ଧିରେ ଗୋଟିଏ ପରେ ଗୋଟିଏ ରୁମ ଭିତରକୁ ନିଆଁ ବ୍ୟାପିବାରେ ଲାଗିବା ଦେଖି ଛାତ୍ରୀମାନେ ଜୀବନ ବିକଳରେ ଅନ୍ୟତ୍ର ଦଉଡି ପଳାଇଥିଲେ । ଚାହୁଁ ଚାହୁଁ ଆଖି ସମ୍ନା ରେ ହୁତ୍ ହୁତ୍ ହୋଇ ଜଳିଗଲା ଛାତ୍ରୀଙ୍କ ବହିପତ୍ର, ଲୁଗାପଟା ଓ କିଛି ଦାମୀ ସାମଗ୍ରୀ । ଯାହାର ପାଖାପାଖି ୫୦ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିବା ଘରର ଆସବାବପତ୍ର ପୋଡି ପାଉଁଶ ହୋଇଥିବା ଜଣାପଡିଛି। ।
