କୁକୁଡ଼ା ଗାଡିରୁ ବଟି ନେଉଛି ଏନ୍‌ଏଚ୍‌ ପାଟ୍ରୋଲିଂ ଟିମ୍‌ : ଭାଇରାଲ ହେଲା ଭିଡିଓ

ଭଦ୍ରକ :  କୁକୁଡ଼ା ଗାଡିରୁ ଟଙ୍କା ନେଉଛି ଏନ୍‌ଏଚ୍‌ ପାଟ୍ରୋଲିଂ ଗାଡ଼ି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ ହେବାର ଲାଗିଛି । ଏହି ଭିଡିଓଟି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ଏନ୍‌ଏଚ୍‌ ପାଟ୍ରୋଲିଂ ଟିମ୍‌ କୁକୁଡ଼ା ବୋଝେଇ ଗାଡିକୁ ବଟି ନେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଦ୍ରକ ରାଣୀତାଲ୍‌ ନିକଟରେ ରହୁଥିବା ଓଡିଶା ପୋଲିସର ହାଇଓ୍ୱା ପାଟ୍ରୋଲିଂ ପିସିଆର୍‌ ଗାଡି ବିଭିନ୍ନ ସମୟରେ ଅନେକ ଗାଡିଠୁ ଟଙ୍କ ନେଉଥିବାର ଅଭିଯୋଗ ଆସୁଛି । ଯଦି ଏହି ସବୁ ଗାଡିଗୁଡିକ ବେଆଇନ୍‌ ଭାବେ ଚାଲାଣ ହେଉଛି, ତାହାଲେ ତାକୁ ସିଜ୍‌ କରାଯାଉ । କିନ୍ତୁ ବେଆଇନ୍‌ ଭାବେ ବଟି ଆଦାୟକୁ ସାଧାରଣରେ ନିନ୍ଦା ହୋଇଛି । ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟଧାରାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *