ରାଇରଙ୍ଗପୁର : ଦିନକୁ ଦିନ ବଢିଚାଲିଛି ବେଆଇନ୍ ଗୋଚାଲାଣ । ବାରମ୍ବାର ପୋଲିସ ଗାଡ଼ି ଜବତ କରୁଛି, କାର୍ଯ୍ୟାନୁଷ୍ଠାନ ବି ନେଉଛି । ତଥାପି କୋଉଠି ନା କୋଉଠି ଭୁଲ ରହୁଛି । ଯାହାଫଳରେ ଗୋଚାଲାଣକାରୀଙ୍କ ମନରେ ଭୟ ରହୁନାହିଁ । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ପୁରୁଣାପାଣି ଗାଁ ନିକଟରୁ ଛଅଟି ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି । ଜବତ ଗାଡ଼ିରୁ ୫୦ ରୁ ଅଧିକ ଗୋରୁ ଚାଲାଣ ହେଉଥିବା ବେଳେ ଜବତ କରିଛି ପୋଲିସ । ତେବେ ଅନ୍ଧାରର ସୁଯୋଗ ନେଇ କିଛି ଚୋରା ବେପାରୀ ଫେରାର ହୋଇଯାଇଥିବା ବେଳେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ଅଟକ ଥିବା ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ଏମାନଙ୍କ ଲିଙ୍କ କେଉଁ କେଉଁ ଅଞ୍ଚଳ ସହିତ ଜଡିତ ଅଛି । ସେନେଇ ଖୋଲତାଡ଼ କରୁଛି ପୋଲିସ ।
