ଵଣାଇଁ ରେ କଂଗ୍ରେସର ଶାନ୍ତି ପୂର୍ଣ୍ଣ ହରତାଳ

ବଣାଇ ରିପୋର୍ଟ; (ଲୋକନାଥ ସାମଲ)
ମମିତା ମେହେର ହତ୍ୟା କାଣ୍ଡରେ ସମ୍ପୃକ୍ତି ଅଭିଯୋଗ ରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସାରା ରାଜ୍ୟରେ କଂଗ୍ରେସ ହରତାଳ ଡାକରା ଦେଇଥିବା ବେଳେ, ଵଣାଇ ଉପଖଣ୍ଡ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଣାଇ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ରୁଦ୍ର ଚରଣ ସାହୁ କଂ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଶାନ୍ତି ପୂର୍ଣ୍ଣ ଭାବେ ବଣାଇ ଉପଜିଲ୍ଲାପାଳ କଂ ଅଫିସ ସମ୍ମୁଖରେ, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ତଥା ମମିତା ମେହେର କୁ ନ୍ୟାୟ ପ୍ରଦାନ ନିମନ୍ତେ ହରତାଳ କରିଥିବା ଦେଖିବାକୁ ମିଳିଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସମୀର ରଞ୍ଜନ ଚକ୍ରବର୍ତ୍ତୀ, ଯୁବନେତା ଶ୍ରୀ କାନ୍ତ ଦଣ୍ଡିଆ,ଗଗନ ବିହାରୀ ମହାରଣା ମନୋଜ ସେଠ, ମହିଳା କର୍ମୀ ସବିତା ଜୋତିଷ, ରୁକ୍ମିଣୀ ବେହେରା, ବାସନ୍ତୀ ସେଠି, ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବଣାଇ ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ଖୋଲା ଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ସ୍ବଭାବିକ ରହିଥିବା ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *