ବାଲେଶ୍ୱର, ୯/୩ – ଗତ ଦୁଇମାସ ଧରି ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକିୟା ଚାଲିଥିବା ବେଳେ ଆଜି ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନିସିପାଲିଟ୍ ଏବଂ ଏନଏସିର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଅନୁମୋଦନ କ୍ରମେ ବାଲେଶ୍ୱର ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଣବ ପଣ୍ଡା ଏହା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।
ଭୋଗରାଇ ବ୍ଲକ ସଭାପତି ଭାବରେ ରମାକାନ୍ତ କରଣ, ଜଳେଶ୍ୱର ବ୍ଲକ ସଭାପତି ଭୂପତି ଚରଣ ମିର୍ଦ୍ଧା, ଜଳେଶ୍ୱର ମ୍ୟୁନିସପାଲିଟ୍ ସଭାପତି ସୁରଜିତ ଘୋଷ, ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି, ରେମୁଣା ବ୍ଲକ ସଭାପତି ଗୋପୀନାଥ ସେନାପତି, ବାଲେଶ୍ୱର ସଦର ବ୍ଲକ ସଭାପତି ବସନ୍ତ କୁମାର ପଣ୍ଡା, ବାଲେଶ୍ୱର ମ୍ୟୁନିସପାଲିଟ୍ ସଭାପତି ସନତ କୁମାର ଦାସ, ବାହାନଗା ବ୍ଲକ ସଭାପତି ଅଜୟ କୁମାର ପଣ୍ଡା, ସୋର ବ୍ଲକ ସଭାପତି କମଳାକାନ୍ତ ଘଡ଼ାଇ, ସୋର ମ୍ୟୁନିସପାଲିଟ୍ ସଭାପତି ସୁକାନ୍ତ କୁମାର ମିଶ୍ର, ସିମୁଳିଆ ବ୍ଲକ ସଭାପତି ଗୈାରାଙ୍ଗ ଚନ୍ଦ୍ର ପାଢ଼ୀ, ଖଇରା ବ୍ଲକ ସଭାପତି ବ୍ରଜକିଶୋର ମହାନ୍ତି, ଔପଦା ବ୍ଲକ ସଭାପତି ଅଶୋକ କୁମାର ପ୍ରଧାନ, ନୀଳଗିରି ବ୍ଲକ ସଭାପତି ବିଜୟ କୁମାର ଲେଙ୍କା ଏବଂ ନୀଳଗିରି ଏନଏସି ର ସଭାପତି ଭାବରେ ରବୀନ୍ଦ୍ର ପରିଡାଙ୍କ ନାମ ଘୋଷଣା କରାଯାଇଛି ।
