ମାଡ଼ିଗଲା ମାଲବାହି ଟ୍ରେନ

ଜଳେଶ୍ୱର: ବାଲେଶ୍ୱର ଜିଲା ଜଜେଶ୍ୱର ରେଳଷ୍ଟେସନରେ ମାଲବାହି ଧକ୍କାରେ ସିନିୟର ସେକ୍ସନ ସିଗ୍ନାଲ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ବାବୁଲାଲ ହେମ୍ରମ। ତାଙ୍କ ଘର ମୟୁରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ମଙ୍ଗଳପୁର ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଜଳେଶ୍ୱର ରେଳ ଷ୍ଟେସନରେ କାର୍ଯ୍ୟରତ ସିନିୟର ସେକ୍ସନ ସିଗ୍ନାଲ ଇଞ୍ଜିନିୟର ଶନିବାର ସକାଳ ୫.୩୦ ସମୟରେ ରେଳଲାଇନ ଅତିକ୍ରମ କରୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ମାଲବାହି ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାବୁଲାଲ ଦୀର୍ଘ ୧୧ ବର୍ଷ ଧରି ଜଳେଶ୍ୱର ରେଳ ବିଭାଗରେ କାର୍ଯ୍ୟରତ ଥିଲେ। ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *