୧୭ କିଲୋ ଗଞ୍ଜେଇ ଜବତ

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ବାବଧାନରେ ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତ୍ୱତ୍ଵରେ ଏସଆଇ ରବୀନ୍ଦ୍ର କୁମାର ପାତ୍ର ଓ ତାଙ୍କ ଟିମ ମଙ୍ଗଳବାର ଗୁଣ୍ଡିମା ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୧୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ କୋରାପୁଟ ଜିଲ୍ଲାରୁ ଗଂଜାମ ଜିଲ୍ଲାକୁ ଚାଲାଣ ହେଉଥିଲା ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *