Dec 7, 2018 thebreakingnewsonly
ଭୁବନେଶ୍ବର : ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେଉଥିବା ଜରିମାନା ଆଉ ମାନୁଆଲ ଚାଲାଣରେ ଆଦାୟ ହେବନି । ସମସ୍ତ ଜରିମାନା ଡିଜିଟାଲ ମୋଡ୍ରେ ପୈଠ ହେବ । କାଗଜ ରସିଦ୍ର ଅପବ୍ୟବହାର ହେବାରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଏହି ମୋଟର ଯାନ ଆଇନକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଚାଳକ ଏଥର ଦୁଇଗୁଣା ଜରିମାନା ଦେବେ । ଏହି ଅପରାଧ ସବୁର ଅନ୍ଲାଇନ୍ ରେକର୍ଡ ରଖାଯିବାର ବ୍ୟବସ୍ଥା ଅଛି ।
ଡିଜିଟାଲ ମୋଡ୍ରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ ନଗଦ ଅର୍ଥ ସଂଗ୍ରହ କରାଯିବ । ଏହି ବ୍ୟବସ୍ଥାକୁ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସଂଯୋଗୀକରଣ କରାଯିବ । ଫଳରେ ଅପରାଧ ପଞ୍ଜୀକରଣ ହେଲେ ସମ୍ପୃକ୍ତ ବିଭାଗଗୁଡ଼ିକ ପାଖରେ ତତ୍କ୍ଷଣାତ୍ ଖବର ପହଞ୍ଚିବ । ତା ଛଡ଼ା ଚାଳକ ଅପରାଧ ଘଟାଇଲେ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ମାଲିକ ପାଖରେ ଖବର ପହଞ୍ଚିବ । ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ୍ ସହ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଏହି ଜରିମାନା ଅର୍ଥ ଜମା ହେବ ।
ଏହି ବ୍ୟାଙ୍କ୍ ପକ୍ଷରୁ ୧୯୫ ଟି ମୋବାଇଲ୍ ଇ ଚାଲାଣ ଡିଭାଇସ ଯୋଗାଇ ଦିଆଯାଇଛି । ୩୦ ଜିଲ୍ଲାର ୩୬ ଆରଟିଓ
