thebreakingnewsonly –
Dec 7, 2018
ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ସରିଛି। ଆସନ୍ତା ୧୧ ତାରିଖରେ ଆସିବ ଫଳାଫଳ। ତା’ ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍ ପୋଲ୍’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ନିର୍ବାଚନ ଫଳାଫଳ ଏକ ସେମିଫାଇନାଲ୍ ସଦୃଶ। ତେଣୁ ଏଥିରେ କିଏ ବାଜି ମାରୁଛି, ତା ଉପରେ ସମସ୍ତଙ୍କ ନଜର। ତେଲେଙ୍ଗାନାରେ ଟିଆର୍ଏସ୍ ସରକାର ରହିଥିବା ବେଳେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତାରେ ରହିଛି। ସେହିପରି ମିଜୋରାମରେ କଂଗ୍ରେସ ସରକାର ଗଠନ କରିଛି।
–ନ୍ୟୁଜ୍ ନେସନ୍ (ରାଜସ୍ଥାନ): ବିଜେପି ୮୯ରୁ ୯୩, କଂଗ୍ରେସ+ ୯୯ରୁ ୧୦୩, ବିଏସ୍ପି ୦୦, ଅନ୍ୟାନ୍ୟ ୫ରୁ ୯
–ଟି ନ୍ୟୁଜ୍ (ତେଲେଙ୍ଗାନା): ଟିଆର୍ଏସ୍ ୫୫ରୁ ୬୫, କଂଗ୍ରେସ+ ୩୪ରୁ ୪୪, ବିଜେପି ୫ରୁ ୭, ଅନ୍ୟାନ୍ୟ ୧୩ରୁ ୧୬
–ଟିଭି ୯ ତେଲଗୁ (ତେଲେଙ୍ଗାନା): ଟିଆର୍ଏସ୍ ୭୫ରୁ ୮୫, କଂଗ୍ରେସ+ ୨୫ରୁ ୩୫, ବିଜେପି ୨ରୁ ୩, ଅନ୍ୟାନ୍ୟ ୭ରୁ ୧୧
–ରିପବ୍ଲିକ ସି-ଭୋଟର (ତେଲେଙ୍ଗାନା): ଟିଆର୍ଏସ୍ ୪୮ରୁ ୬୦, କଂଗ୍ରେସ+ ୪୭ରୁ ୫୯, ବିଜେପି ୫, ଅନ୍ୟାନ୍ୟ ୧ରୁ ୧୩
–ନ୍ୟୁଜ୍ ଏକ୍ସ ନେତା (ତେଲେଙ୍ଗାନା): ଟିଆର୍ଏସ୍ ୫୭, କଂଗ୍ରେସ+ ୪୬, ବିଜେପି ୬, ଅନ୍ୟାନ୍ୟ ୧୦
–ରିପବ୍ଲିକ୍ ସି-ଭୋଟର୍ (ମ
