୪୯ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା।

କେନ୍ଦୁଝର ଜିଲ୍ଲା

ତେଲକୋଇ ଥାନା ଅଧୀନ ବିଛାଖଣିରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଡ୍ରାଇଭର ଟ୍ରକ୍ ଭିତରେ ଚାପି ହୋଇ ରହିଥିଲେ।

ତେଲକୋଇ ଦମକଳ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରିବା ପରେ ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଟ୍ରକ୍ ଦୁଇଟିକୁ ଅଲଗା କରିବା ପରେ ଯାଇ ଡ୍ରାଇଭରମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

ଦୁଇ ଡ୍ରାଇଭରଙ୍କୁ ପାଲଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁ ଏ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *