କୋରାପୁଟ : ଦୀର୍ଘ ୧୫ଦିନ ହେବ କାର୍ଯ୍ୟ ବନ୍ଦ କରିଥିବା ଆଇନଜୀବୀମାନେ ଆଜି ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ବନ୍ଦ କରିଛନ୍ତି । ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ବନ୍ଦ ଡାକରେ ଦେଇଛନ୍ତି । ଫଳରେ ଏହାର ପ୍ରଭାବରେ ସକାଳୁ ଜୟପୁର ଏବଂ ବୋରିଗୁମ୍ମା ଠାରେ ସମସ୍ତ ଦୋକାନ ବଜାର, ବସ ଚଳାଚଳ ବନ୍ଦ ରହିଥିବା ବେଳେ ରାସ୍ତାଘାଟ ସୁନ ସାନ ହୋଇଛି। ଓକିଲ ସଂଘ ତରଫରୁ ଆଜି ବୋରିଗୁମ୍ମା ମୁଖ୍ୟ ସଡକ ଆଗରେ ଅବରୋଧ କରି ରାସ୍ତା ଉପରେ ବସି ଛନ୍ତି। ଓକିଲ ସେପଟେ ଜୟପୁର ଠାରେ ମଧ୍ୟ ମୁଖ୍ୟ ସଡକ ଅବରୋଧ କରି ରାସ୍ତାକୁ ଓହ୍ଲାଇଛି ଓକିଳସଙ୍ଘ। ଏହି ବନ୍ଦ ଡାକରାକୁ ଜିଲ୍ଲା କଂଗ୍ରେସ ‘ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଗରୁ ସମର୍ଥନ ଜଣାଇଥିବା ବେଳେ ପରେ ବିଜେପି, ବିଜେଡି, ସହ ସବୁଦଳ ସମର୍ଥନ ଜଣାଇଛନ୍ତି । ଏହି ବନ୍ଦ ଡାକରାକୁ ୩୦ରୁ ଉର୍ଦ୍ଧ୍ବ ସଂଘଠନ ବନ୍ଦକୁ ସମର୍ଥନ କରୁଥିବା ବେଳେ ବସ ଟ୍ରକ ଦୋକାନ ବଜାର ସ୍କୁଲ କଲେଜ ସହ ଅଭିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡାରେ ବନ୍ଦ ହୋଇଛି। ତେବେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ବି ସଜାଗ ରହିଛି ।
