ହାଇକୋର୍ଟରୁ ଅଭିଜିତ୍ଙ୍କୁ ମିଳିଲା ଜାମିନ
କଟକ : ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଓଡ଼ିଆଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜେଲଦଣ୍ଡ ଭୋଗୁଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ବୁଧବାର ହାଇକୋର୍ଟରୁ ଜାମିନ ମିଳିଛି। ଭୁବନେଶ୍ୱରର ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଜାମିନ ସମୟରେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜାମିନ ମିଳିବା ପରେ ଅଭିଜିତ୍ ଜେଲରୁ ବାହାରିବାର ବାଟ ପରିଷ୍କାର ହୋଇଛି। ସେପଟେ ଅଭିଜିତ୍ ବିରୁଦ୍ଧରେ ଥିବା କେସକୁ ସରକାର ଉଠେଇ ନେବା ନେଇ ଘୋଷଣା କରିସାରିଛନ୍ତି ।
