ସୋର ପୁଲିସ ଚଡଉ କରି ନିଦ୍ରାବତୀ କାଠ ଗାଡି ଜବତ
ସୋର ପୁଲିସ ଓ ବାଲେଶ୍ବର ବନ ବିଭାଗ ମିଳିତ ଚଡଉରେ ନିଦ୍ରାବତୀ ବୋଝେଇ କାଠ ସମେତ ପିକଅପ ଭେନ ଜବତ ହୋଇଛି। ନିଦିଗାଁ ସୋର ଖଇରା ରାସ୍ତା ନଦିଗାଁ ଅଞ୍ଚଳରୁ କିଛି ସ୍ଥାନୀୟ ଗ୍ରାମବାସୀ କାଠ ବୋଝେଇ ଗାଡିକୁ ଅଟକାଇ ଥିଲେ ଏକ ବିଶେଷ ସୁତ୍ରରୁ ସୋର ପୁଲିସ ଖବର ପାଇ ଘଟଣା ସ୍ଥଳରେ ସୋର ପୁଲିସ ଓ ବାଲେଶ୍ବର ବନ ବିଭାଗ କାଠ ଗାଡି ଜବତ କରିଛି। ଜବତ ହୋଇଥିବା କାଠର ମୁଲ୍ୟ ୫ରୁ୭ ହଜାର ବନ ବିଭାଗ ଅନୁମାନ କରୁଛି ।
