ନୟାଗଡ଼:ଶୀତ ଦିନରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଜମୁଛି ଭିଡ । ପିକନିକ୍ ହେଉ କି ଭୋଜିଭାତ ହେଉ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ ଲାଗୁଛି । ଅନ୍ୟ ପର୍ଯ୍ୟଟନସ୍ଥଳୀ ଭଳି ନୟାଗଡରେ ରହିଛି ଏକମାତ୍ର ସ୍ୟାଣ୍ଡ ରିସର୍ଟ । ୭୦କିଲୋମିଟର ଦୂରରେ ବଡମୂଳରେ ଥିବା ରାଜ୍ୟର ଏକମାତ୍ର ସାଣ୍ଡ ରିସର୍ଟ । ମହାନଦୀ ବାଲିପଠାରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।
ଏହି ସ୍ଥାନ ବୁଲିବା ସହିତ ତିଆରି ହୋଇଛି ଛୋଟ ଛୋଟ ତମ୍ବୁ ଗୁଡିକ । ବନ୍ଧୁ ମାନଙ୍କ ସହିତି ହେଉ କି ପରିବାର ସହିତ ହେଉ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସୁଛନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ନଦୀପଠାରେ ବୁଲିବା ସହିତ ସାତକୋଶିଆରେ ନୌକା ବିହାରର ମଜା ନେଇଛନ୍ତି । ଏହି ସ୍ଥାନରେ ରହିବାକୁ ଅନଲାଇନ୍ ରେଜିଷ୍ଚ୍ରେସନ ବ୍ୟବସ୍ଥା ରହିଛି ।
ଏହା ସହିତ ଭେରାଇଟି ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ ଏଠାକାର ମୁଖ୍ୟ ଆକର୍ଷଣ ପାଲଟିଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀରେ ପ୍ରତିଦିନ ଲାଗୁଛି ଲୋକଙ୍କ ଭିଡ । ପ୍ରାକୃତିକ ମନୋରମ ପରିବେଶର ମଜା ଉଠାଉଛନ୍ତି ପର୍ଯ୍ୟଟକ
