~
- *ଅଦ୍ୟ ଡିସେମ୍ବର ୧୫ ତାରିଖ *୨୦୧୮ମସିହା* (ଶନିବାର)*
ଶକାବ୍ଦ -୧୯୪୦
ସମ୍ବତ -୨୦୭୫
ସାଲ-୧୪୨୬
ସମ୍ବତ୍ସର -ପରିଧାବୀ
ମାର୍ଗଶୀର -ଶୁକ୍ଳପକ୍ଷ
ତିଥି – ଅଷ୍ଟମୀ
ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରିଘ୧/୪୫ ପର୍ଯ୍ଯନ୍ତ ତଦନ୍ତେ ଉତ୍ତରଭାଦ୍ର
ଚନ୍ଦ୍ର – କୁମ୍ଭ ରାତ୍ରିଘ୭/୦୪ ପର୍ଯ୍ଯନ୍ତ ତଦନ୍ତେ ମୀନ
ଯୋଗ -ଅଶୃକ
କରଣ -ବିଷ୍ଟି
ସୂର୍ଯ୍ୟ -ବିଛା ୩୦ ଦିନ *
ସୁର୍ୟୋଦୟ -ପ୍ରାତଃ ଘ୦୬/୧୬/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୯
ଯୋଗିନୀ ଐଶାନ୍ୟ ରାତ୍ରି ଘ ୫/୫୮ଗତେ ପୂର୍ବେ
ଧନୁ ରାଶିର ଘାତଚନ୍ଦ୍ର
ବୃଷ, ସିଂହ ଓ ଧନୁ ରାଶିର ଘାତବାର
ଅଦ୍ୟ ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା -ଦିବାଘ୦୭/୩୭ ମଧ୍ୟେ ଓ ଘ୦୩/୪୫ଗତେ ଘ୦୫/୦୪ ମଧ୍ୟେ ବାରବେଳା-ଦିବାଘ୦୧/୦୩ଗତେ ଘ୦୨/୨୪ମଧ୍ୟେ
** ଅମୃତବେଳା – * ଦିବାଘ୧୧/୩୯ ଗତେ ଘ୦୧/୦୦ ମଧ୍ୟେ* ଓ ଘ୦୨/୨୪ଗତେ ଘ୦୩/୪୨ ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୭/୩୮ଗତେ ଘ୦୮/୫୮ ମଧ୍ୟେ* ଓ ରାତ୍ରି ଘ ୦୬/୪୩ ଗତେ ଘ୦୮/୨୦ମଧ୍ୟେ*
ଅଦ୍ୟ ନଡିଆ ଭକ୍ଷଣ ନିଷେଧ
ଆଜିର ରାଶିଫଳ
- ——————-
ମେଷ
ଆଜି ଆପଣଙ୍କ ମନରେ ଅଶାନ୍ତି ଦେବ। ଅବଶ୍ୟ ଦ୍ୱିଜା ନକ୍ଷତ୍ର ଗତ କିଛିଦିନ ହେଲା ଯାହା ଭାବୁତ୍ଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ତଥା ନୂତନ କର୍ମାରମ୍ଭ ପ୍ରଭୃତିରେ ସୁଫଳ ପାଇବେ ।
ବୃଷ
ଆଜି ଆପଣଙ୍କ କାର୍ଯ୍ୟ କୁ କେହି ଅଟକାଇ ରଖିପାରିବେ ନାହିଁ । କିନ୍ତୁ କୃତ୍ତିକା ନକ୍ଷତ୍ରର ଶାରୀରିକ ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ଆଜି ଋଣ ପରିଶୋଧ, ଶତ୍ରୁତାର ସମାଧାନ, ଦୂରଯାତ୍ରା, ନୂତନ ନିଯୁକ୍ତିର ସୂଚନା ମଧ୍ୟ ପାଇପାରନ୍ତି। କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତକାଲିର ଅଟକି ରହିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟ ଆଜି ସାହାଯ୍ୟ ଲାଭକରି କିଛି ଅଂଶରେ ବଢିଚାଲିବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଉନ୍ନତି କରି ଖୁସି ହେବେ ।
କର୍କଟ
ଆଜି ପାରିବାରିକ ଜୀବନ ହସଖୁସିରେ ଅତିବାହିତ ହେବ । ଅତୀତ କଥାକୁ ଚିନ୍ତା କରି ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ।
ସିଂହ
ଆଜି ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, କିନ୍ତୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇବେ। କ୍ରୀଡା, କଳା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଆଜି ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । ଫଳରେ କାର୍ଯ୍ୟହାନି ସାଙ୍ଗକୁ ମନସ୍ତାପ ମଧ୍ୟରେ ଅଧିକାଂଶ ସମୟ ଅତିବାହିତ ହେବ । ଦୂରଯାତ୍ରା କରିବାକୁ ପଡ଼ିପାରେ । ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ସମସ୍ୟା ରହିଥିଲେ ମଧ୍ୟ ଦୈହିକ ସୁସ୍ଥତା ଓ ଭୋଗବିଳାସ ମଧ୍ୟରେ ଦୁଃଖକୁ ଭୁଲି ଯାଇପାରନ୍ତି। ରାହୁ ଓ କେତୁଙ୍କ ପ୍ରଭାବରେ ସାମୟିକ ଭୁଲ୍ ବୁଝାମଣା କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ। ବାଣିଜ୍ୟ, ରାଜନୀତି,ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ଆଜି ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଅନୁରାଧା ନକ୍ଷତ୍ରର ମନ ଉଦାସ ରହିପାରେ ା କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଆଜି ପ୍ରତ୍ୟେକ କାମ ଧିମା ଗତିରେ ଆଗକୁ ବଢ଼ିବ। ବନ୍ଧୁଙ୍କଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାଖ ପଡୋଶୀମାନେ କିମ୍ବା ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ଅପପ୍ରଚାର ଚଳାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର
ଶାରୀରିକ ଓ ମାନସିକ ସୁସ୍ଥତା କାମ କରିବାର ଉତ୍ସାହକୁ ଦ୍ୱିଗୁଣିତ କରିବ। କିନ୍ତୁ ତାହା ସାଙ୍ଗକୁ ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି କଳ୍ପନା ଓ ଭାବପ୍ରବଣତାରେ ଆପଣଙ୍କୁ ନିମଜ୍ଜିତ କରି ରଖିପାରେ। ଆଶା କରୁଥିବା ଜିନିଷ କିମ୍ବା ଖବର ବନ୍ଧୁଙ୍କ ନିକଟରୁ ପାଇ ଖୁସି ହୋଇପାରନ୍ତି। ଲେଖାପଢ଼ା, କଳା, ସାହିତ୍ୟ, ବ୍ୟବସାୟ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
କୁମ୍ଭ
ଆପଣ ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ । ହଠାତ୍ ଜଣେ ବନ୍ଧୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ । ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ ।
ମୀନ
ପୂର୍ବାବସ୍ଥା କେତେକାଂଶରେ ଦୂରୀଭୂତ ହୋଇଯିବା କାରଣରୁ ମାନସିକ ସ୍ତରରେ ପ୍ରଫୁଲ୍ଲତା ଅନୁଭବ କରିବେ। କିନ୍ତୁ ଉତରଭାଦ୍ରପଦ୍ ନକ୍ଷତ୍ରର ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
