ବାର୍ଡ ଫ୍ଲୁ ଯୋଗୁ ଏବେ ନଳବଣ ବିପଦରେ ରହିଛି। କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ନଳବଣ ସହିତ ଏହାର ନିଷିଦ୍ଧାଞ୍ଚଳ ବାହାରେ କଡା କଟକଣା ଜାରି କରାଯାଇଛି। ଇତିମଧ୍ୟରେ ନଳବଣରେ ଥିବା ବିଦେଶୀ ପକ୍ଷୀଙ୍କଠାରୁ ୧୨ଟି ନମୁନା ପରୀକ୍ଷଣ ପାଇଁ ଭୋପାଳ ପଠାଯାଇଛି। ଦୁଇଟି ପକ୍ଷୀ ନଳବଣରେ ମରିଥିବା କୁହାଯାଉଥିଲେ ମଧ୍ୟ ବନ ବିଭାଗର କୌଣସି ଅଧିକାରୀ ଏ ସଂପର୍କରେ କିଛି କହୁନାହାନ୍ତି। ତେଣୁ ନଳବଣ ଭିତରେ କ’ଣ ସ୍ଥିତି ରହିଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ।
