ଭୁବନେଶ୍ୱର ରେ ପହଁଚିଲେ ମୋଦି, ଓ ଆଜି ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବରିଷ୍ଠ ବିଜେପି ନେତାମାନେ ସ୍ୱାଗତ କରିଥିଲେ। ପରେ ଶ୍ରୀ ମୋଦି ହେଲିକାପ୍ଟର ଯୋଗେ ଜଟଣୀ ଅରୁଗୁଳ ସ୍ଥିତି ଆଇଆଇଟି କ୍ୟାମ୍ପସରେ ପହଂଚିଥିଲେ ।
ଜଟଣୀ ଅରୁଗୁଳ ସ୍ଥିତ ଆଇଆଇଟି କ୍ୟାମ୍ପସର ଲୋକାର୍ପଣ କରିବା ସହ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମୋଦି ପାଇକ ବିଦ୍ରୋହ ସ୍ମୃତିରେ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ବକ୍ସି ଜଗବନ୍ଧୁଙ୍କ ନାଁରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥି ସହିତ ହିଁ ଲଳିତଗିରି ସଂଗ୍ରାହଳୟର ଲୋକାର୍ପଣ କରିଛନ୍ତି ମୋଦି ।
