ଝାରସୁଗୁଡା:ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୨୦୧୯ ଜାନୁଆରି ପ୍ରଥମ ସପ୍ତାହ ଠାରୁ ନିୟମିତ ଭାବରେ ବିମାନ ଉଡ଼ିବାର ଆଶା କରାଯାଉଛି। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନଙ୍କ ସୂଚନା ଅନୁସାରେ ବିମାନ ଉଡାଣ ନେଇ ଆଗାମୀ ଡିସେମ୍ବର ୩୧ରେ ଟେଣ୍ଡର ଖୋଲାଯିବା ପରେ ତାରିଖ ନିର୍ଦ୍ଧାରଣ କରାଯିବ।
