ସୋର : ସୋରରେ ଟାଟାର ଜୁଲମ , ଗତ କାଲି ସନ୍ଧ୍ୟାରୁ ୪ଘଣ୍ଟାରୁ ଉର୍ଦ୍ଦ ଲାଇନ କାଟ , ଦିନସାରା କଥା ନକହିବା ଭଲ ,
ଏହା ପଛର ଅସଲ ରହସ୍ୟକଣ ? ବିଦ୍ୟୁତ ବିଭାଗର ଏଭଳି ଅଣଗୁରିଆମି ପାଇଁ ସମସ୍ତେ କାନ୍ଦୁଛେ କିନ୍ତୁ କାହା ଆଖିର ଲୁହ ନାହିଁ , ଟାଟା ହେଉକି ଆଉ କିଏ କାହା ବାପ ଟଙ୍କାରେ ଆମକୁ ବିଦ୍ୟୁତ ଦେଇନି , ଓଡିଶାର ଜେତେ ପାଓ୍ବାର ପ୍ଲାଣ୍ଟ ଅଛି ସବୁ ଆମ ଟିକସ ଟଙ୍କାରେ ତିଆରି ହୋଇଛି , ତାପରେବି ଆମେ ବିଦ୍ୟୁତ କିଣୁଛୁ , ପୁଣି ଅନ୍ୟରାଜ୍ୟଠାରୁ ଅଧିକ ଦାମରେ , ଜେତେବେଳେ ଆମେ କମ୍ପାନିକୁ ଟଙ୍କା ଦେଉଛୁ ସେତେବେଳେ ଜେଉଁ କର୍ମଚାରି ମାନେ ଅଛନ୍ତି ସେମାନେ ଆମ ଟଙ୍କାରେ ଦରମା ନେଉଛନ୍ତି କିନ୍ତୁ ସେମାନେ ଆମ କାମ କରିବାକୁ ନାରାଜ I ଗତ କାଲି ଲାଇନ ଜିବା ସମ୍ପୁର୍ଣ୍ଣ ଅଣଗୁରିଆମି ଥିଲା ସୋର ବିଦ୍ୟୁତ ବିଭାଗର I କାରଣ କଲେଜଛକରେ ଥିବା ଷ୍ଟ୍ରକଚରରେ ଏକ ତ୍ରୁଟି ଦୁଇଦିନ ପୂର୍ବରୁ ଘଟିଥିଲା ଯାହା ମରାମତି ପାଇଁ ନଟାପଡାରୁ ସଟଡାଉନ ନେବା କଥା , ଯାହା ଜଣେ ଏସଡିଓ ନହେଲେ ତାଙ୍କ ଉପରିସ୍ତ ଅଧିକାରି ନେଇ ପାରିବେ କିନ୍ତୁ ସୋର ଏସଡିଓ ମହୋଦୟ ନିଜେ ନଟାପଡାରୁ ସଟଡାଉନ ନେଲେନି କି ଠିକ୍ ଭାବେ ସଜାଡିଲେନାହିଁ, ଖାଲି ଥା ମା କରିକି ରଖାଗଲା , ଯାହାର ଫଳ ସୋରୁପ ୪ ଘଣ୍ଟାରୁ ଉର୍ଦ୍ଦ ଲାଇନ ଚାଲିଗଲା ଆଉ ସାରା ସୋର ଅନ୍ଧାରରେ ରହିଲା I ଦୋକାନ ବଜାର , ରାସ୍ତାଘାଟ ଅନ୍ଧାର I କିନ୍ତୁ ସବୁଠାରୁ ପରିତାପର ବିଷୟ ସୋରର କାଢୁଆ ନେତା , ବାରମ୍ବାର ବଜାର ବନ୍ଦ ଦୋକାନିଙ୍କୁ ନିର୍ଜାତନା ଦେଉଥିବା ସଂଗଠନ ଶୋଇପଡିଲେ , କେହିବି ବିରୋଧ କଲେ ନାହିଁ I ଆମେ କାହିଁକି ଏତେ ନିର୍ଲଜ ହେଉଛେ ? ବିରୋଧ କରିବାର ଶକ୍ତି ଆମପାଖରୁ କାହିଁକି ଲୋପ ପାଇଯାଉଛି ? କେତେ ଦିନ ଆଉ ନେତା ,ଚେଡି ,ଚାମଚାଙ୍କ ଗୁଲାମ କରିବା ? ନିର୍ବାଚନ ଆସିଲେ ୫୦୦ଟଙ୍କା ଶାଢି , ଚୁଡି ,ଜୋତା ଛତା ନେଇ ଭୋଟ ଦେବା ତାପରେ ଏମିତି ସରକାରି କର୍ମଚାରି ମାନେ ଜିଏ ଆମର ଚାକର ଜିଏ ଆମ ଟଙ୍କାରେ ଦରମା ନେଉଛନ୍ତି ସେମାନ ରାଜ କରିବେ I ଆମକୁ ବିରୋଧ କରିବାକୁ ହେବ , ଆମକୁ କହିବାକୁ ହେବ ନହେଲେ ଏମିତି ସରକାରୀ ଅଧିକାରୀ ମାନେ ସାସନ କରିବେ I
