ବିଜେପି ଭାରତରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି: ବାରାକ ଓବାମା

ଆନ୍ଦୋଳନ ବ୍ୟୁରୋ:-
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଦ୍ବାରା ଲିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ର ଯେତିକି ପୃଷ୍ଠା ଓଲଟାଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ଏବେ ଶାସକ ବିଜେପି ସମ୍ପର୍କରେ ଉଲ୍ଲିଖିତ କିଛି କଥା ସାମ୍ନାକୁ ଆସିଛି। ବିଜେପି ଦେଶରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି ବୋଲି ଓବାମା ଏଥିରେ ଉଲ୍ଲେଖ କରିଛନ୍ତି। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଂସା, ଜାତିବାଦ, ଧାର୍ମିକ ଅସହିଷ୍ଣୁତା, ଦୁର୍ନୀତି ଓ ଉଗ୍ର ଜାତୀୟତାବାଦ ଜମି ରହିଛି। ଏହା ଖୁବ୍‌ ବଳିଷ୍ଠ ବୋଲି ଓବାମା ଲେଖିଛନ୍ତି ବିଜେପିକୁ ସେ ହିନ୍ଦୁ ଜାତୀୟତାବାଦୀ ଦଳ ଭାବେ ବର୍ଣ୍ଣନା କରିଛନ୍ତି। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ବିଜେପି ଦେଶରେ ମୁସଳମାନ ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିଲା ଏ ନେଇ ମନମୋହନ ଶଙ୍କାଗ୍ରସ୍ତ ଥିଲେ। ଏହା ଦ୍ବାରା ଦେଶର ସାମାଜିକ ସ୍ଥିତି ବିଷାକ୍ତ ହେଉଥିବା ଓ ନେତାମା​‌ନେ ଏଥିରୁ ଫାଇଦା ଉଠାଉଥିବା ନେଇ ମନମୋହନ ଚିନ୍ତିତ ଥିଲେ ବୋଲି ଓବାମା ଲେଖିଛନ୍ତି। ଏମିତିକି ମନମୋହନ ତାଙ୍କ ନିକଟରେ କେବଳ ଭାରତ ନୁହେଁ; ଅନ୍ୟ କେତେକ ଅଞ୍ଚଳରେ ଏହା ବ୍ୟାପୁଥିବା ସମ୍ପର୍କରେ ପ୍ରକାଶ କରିଥିବା ଓବାମା ଲେଖିଛନ୍ତି। କୌଣସି ରାଜନୈତିକ ସ୍ଥିତି ନ ଥିବା ଜଣେ ଶିଖ ତଥା ବିଜ୍ଞ ଅର୍ଥନୀତିଜ୍ଞ ଓ ଦୂରଦ୍ରଷ୍ଟାଙ୍କୁ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରାଇ ଦେସାନିଆ ଗାନ୍ଧୀ ଭାରତର ବିକାଶ ପାଇଁ ବଡ଼ ଭୂମିକା ନିର୍ବାହ କରିଥିବା ଓବାମା ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published. Required fields are marked *