ବିଜେପି କୃଷକ ମୋର୍ଚ୍ଚାର ଜାତୀୟ ରାଜପଥ ଅବରୋଧ

ଜଳେଶ୍ୱର : ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାରଙ୍କ ଦୁମୁହାଁ ନୀତି ଦୀର୍ଘ ୧୯ବର୍ଷ ଧରି ଚାଷୀ ଓ ଚାଷ କ୍ଷେତ୍ରରେ ବିଜେଡି ସରକାର ପାରଦର୍ଶିତା ହୋଇ ପାରିନାହିଁନ୍ତି ।

ସରକାର କାଳିଆ ଯୋଜନା ନାମରେ ଓଡ଼ିଶାର ଚାଷୀ ଭାଇ ଭଉଣୀ ମାନଙ୍କୁ ଏକପ୍ରକାର ଭକୁଆ ବନାଇବା କଥା ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଜେପି କୃଷକ ମୋର୍ଚ୍ଚା ଆଜି ବସ୍ତା ମଥାନି ଠାରେ ୬୦ ନମ୍ବର ଜାତୀୟ ରାଜପଥ ଅବରୋଧ କରି ପାଖାପାଖି ତିନି ଘଣ୍ଟା ଧରି ଚକାଜାମ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ପରେ ବସ୍ତା ପୋଲିସ ଘଟଣା ସ୍ଥାନରେ ପହଁଚି ବିଜେପି କୃଷକ ମୋର୍ଚ୍ଚା କର୍ମିମାନଙ୍କ ସହ ବୁଝାସୁଝା କରିବାପରେ ଜାତୀୟ ରାଜପଥ ଉପରେ ଚକା ଗାଡିଥିଲା । ବସ୍ତା ବିଜେପି ନେତା ଶ୍ୟାମପ୍ରାସାଦ ବେହେରା, ସୂର୍ଯ୍ୟକାନ୍ତ ସାହୁ, ତୁଷାର କାନ୍ତ ବେହେରା, ନିଲୁ ମହାନ୍ତି, ବିରାଜ ସିଂ ବେବ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *