ଫେବ୍ରୁଆରୀ ୨୨ ରୁ ହେବ ମାଟ୍ରିକ୍ ପରୀକ୍ଷା

ଓଡିଶା ବୋର୍ଡ  ର ନିଷ୍ପତ୍ତି ରେ ବାହାରିଲା ମାଟ୍ରିକ୍‌ପରୀକ୍ଷା ସୂଚୀ । ଏଥର ଫେବ୍ରୁଆରୀ ୨୨ ରୁ ମାଟ୍ରିକ୍ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଘୋଷଣା କରାଯାଇଛି। ଚଳିତ ବର୍ଷ ପରୀକ୍ଷା ଢାଞ୍ଚାରେ କିଛିଟା ପରିବର୍ତ୍ତନ କରାଯାଇଛି । ଏଥର ସଂକ୍ଷୀପ୍ତ ହେଉକି ଦୀର୍ଘଉତ୍ତର ୧୫ ରଖିବାକୁ ବାଧ୍ୟ।….

ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁଏହି ଘୋଷଣା କରାଯାଇଛି । ପ୍ରଥମ ଦିନ ଫାଷ୍ଟ ଲାଙ୍ଗୁଏଜ୍‌ ମାତୃଭାଷା ଥିବା ବେଳେ ୨୫ରେ ଇଂରାଜୀ ଓ୨୭ ତାରିଖରେ ହିନ୍ଦୀ ଓ ୨୮ ତାରିଖରେ ସଂସ୍କୃତ ପରୀକ୍ଷା ହେବ । ମାର୍ଚ୍ଚ ୨ ତାରିଖରେ ଗଣିତ , ୩ତାରିଖରେ ଭିଜୁଆଲ୍ ଆର୍ଟ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୬ ତାରିଖରେ ବିଜ୍ଞାନପରୀକ୍ଷା ଓ ମାର୍ଚ୍ଚ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ରେଗୁଲାର ପରୀକ୍ଷା ଗୁଡିକ ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁଅଧିକ ଅଧଘଣ୍ଟା ସମୟ ଦିଆଯିବ । ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଢାଞ୍ଚାରେ କିଛିଟା ପରିବର୍ତ୍ତନ କରାଯାଇଛି । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ କେବଳ ସବଜେକ୍‌ଟିଭ କିମ୍ବା ଅବଜେକ୍ଟିଭ୍‌ ବା ଓଏମ୍ଆରରେପାସ୍‌ ମାର୍କ ରଖି ପାସ୍‌ କରିପାରିବେ ନାହିଁ । ପାସ୍‌ କରିବାକୁ ହେଲେ ଉଭୟ ସଂକ୍ଷିପ୍ତ ଏବଂ ବିସ୍ତୃତପରୀକ୍ଷାରେ ୫୦ ମାର୍କରୁ ୧୫-୧୫ ମାର୍କ ରଖିବା ବାଧ୍ୟତାମୂଳକ । ଏହାସହ ଚଳିତ ବର୍ଷ ୩ଟି ପ୍ରଶ୍ନପତ୍ରସେଟ୍‌ ବଦଳରେ ୪ଟି ପ୍ରଶ୍ନପତ୍ର ସେଟ୍‌ ବ୍ୟବସ୍ଥା କରାଯାଇଛି । ମାଟ୍ରିକ୍‌ ରେଗୁଲାର ପରୀକ୍ଷାସହ ମଧ୍ୟମା ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ସରିବ । ସେହିପରିଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *