· ପ୍ରେମିକ ଗିରଫ, ଥାନାରେ ଅଟକ
· ଧରାପଡ଼ିଲା ପରେ ସତ ମାନିଲା
· ପୋଲିସ୍କୁ ଡ଼େମୋ ଦେଖାଇଲା
ଭୁବନେଶ୍ୱର,
ପ୍ରଥମେ ପ୍ରେମ ପରେ ପ୍ରତିଶ୍ରୁତି ଓ ଶେଷରେ ପ୍ରତାରଣା ଦେଇ ହତ୍ୟା ଏପରି ଏକ ଅଭାବନୀୟ ଘଟଣା ଦେଖÒବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ ହତ୍ୟା କରି ପ୍ରେମିକାର ମୁଣ୍ଡ ଓ ଗଣ୍ଡି ଅଲଗା କରି ଦୁଇ ପୃଥକ ପୃଥକ ସ୍ଥାନରେ ଫିଙ୍ଗିଛି ପ୍ରେମିକ ଚନ୍ଦକା ଜଙ୍ଗଲରୁ ପ୍ରେମିକାର ଗଣ୍ଡି ଉଦ୍ଧାର ହୋଇଥÒବା ବେଳେ ଖଣ୍ଡଗିରି ଅଞ୍ଚଳରୁ କଟା ମୁଣ୍ଡ ଉଦ୍ଧାର ହୋଇଛି ମୃତ ପ୍ରେମିକା ଜଣକ ହେଉଛି ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଗୋଲ ବିଞ୍ଝେଇପଡ଼ା ଗ୍ରାମର ସସ୍ମିତା ବିଶ୍ୱାଳ(୨୫) ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଥÒବା ବେଳେ ପ୍ରେମିକକୁ ଅଟକ ରଖାଯାଇଛି ଅଭିଯୁକ୍ତ ପ୍ରେମିକ ଏବଂ ମୃତ ପ୍ରେମିକା ଉଭୟ ସତ୍ୟବାଦୀ ଅଞ୍ଚଳର
ଅଭିଯୁକ୍ତ ପ୍ରେମିକ ଜଣକ ହେଉଛି ଡେଲାଙ୍ଗ ଥାନା କୁଞ୍ଜର ଗ୍ରାମର ଯୁଧିଷ୍ଠିର ସ୍ବାଇଁ ଯୁଧÒଷ୍ଟିର ଆତ୍ମସମର୍ପଣ ପରେ ଏହି ହତ୍ୟା ରହସ୍ୟ ଉପରୁ ପରଦା ଉଠିଥÒଲା ପୋଲିସ ନିକଟରେ ଆସମର୍ପଣ କରିବା ପରେ ଯୁଧିଷ୍ଟିର ଦେଇଥିବା ବୟାନକୁ ଭିତ୍ତି କରି ସତ୍ୟବାଦୀ ପୋଲିସ ଓ ଖଣ୍ଡଗିରି ଥାନା ପୋଲିସ ମିଶିକରି ପ୍ରଥମେ ଚନ୍ଦକା ଜଙ୍ଗଲର ମଳିପଡ଼ା ସ୍ଥତ ଏକ ଅନାବନା ବୁଦାରୁ ସସ୍ମିତାଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ଉଦ୍ଧାର କରିଥÒଲା ତା’ପରେ ସସ୍ମିତାଙ୍କ କଟା ମୁଣ୍ଡକୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଟ୍ରିପଲ ଆଇଟି ପଛପଟେ ଥିବା କ୍ରିଷ୍ଣାପୁରୀ ଅଞ୍ଚଳରୁ ଉଦ୍ଧାର କରିଥÒଲା ସସ୍ମିତାଙ୍କ ମୁଣ୍ଡକୁ ପ୍ରଥମେ ପଥରେ ଛେଚାଯାଇଚି ବୋଲି ଅଖାଖୋଲିଲା ପରେ ଦେଖÒବାକୁ ମିଳିଛି ଏହି ଘଟଣାରେ କେବଳ ଯୁଧÒଷ୍ଟିର ନୁହେଁ ବରଂ ଆହୁରି ବି କେହି ସାମିଲ ଅଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି ଏହି ଘଟଣାରେ ପ୍ରେମିକ ଯୁଧÒଷ୍ଟିରକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି ସସ୍ମିତାଙ୍କ ଗଳିତ ଶବ ଉଦ୍ଧାର କରିବା ସମୟରେ ଅଭିଯୁକ୍ତ ପ୍ରେମିକ ଯୁଧÒଷ୍ଟିର ସସ୍ମିତାକୁ କେମିତି ଓ କିପରି ମାରିଥÒଲା ଓ କିପରି ତାର ତଣ୍ଟି କାଟିଥÒଲା ଯେଉଁ ଧାରୁଆ ଅସ୍ତ୍ରରେ ସେ ତାର ତଣ୍ଟି କାଟିଥÒଲା ତାକୁ କେଉଁଠି ଲୁଚାଇଥÒଲା ସେସବୁକୁ ପୋଲିସ୍କୁ ଡ଼େମୋ ଆକାରରେ ଦେଖାଇଥÒଲା ଏହା ଦେଖÒବା ଲାଗି ମଳିପଡ଼ା ଜଙ୍ଗଳ ଓ ଖଣ୍ଡଗିରି ତ୍ରିପଲ ଆଇଟି ଛକରେ ବହୁତ ଲୋକ ରୁଣ୍ଡ ହୋଇଥÒଲେ
ଉଲ୍ଲେଖ ଥାଉ କି, ଗତ ୧୩ ତାରିଖରେ ସସ୍ମିତା ପ୍ରେମିକ ଯୁଧିଷ୍ଠିରଙ୍କ ସହ ଘରଛାଡ଼ି ବାହାରକୁ ବୁଲିବାକୁ ଯାଇଥÒଲେ କିନ୍ତୁ ଆଉ ଘରକୁ ଫେରି ନ ଥିଲେ ଏପରିକି ସେଦିନରୁ ଯୁଧିଷ୍ଠିର ମଧ୍ୟ ତାର ଘରକୁ ଫେରି ନଥିଲା ଝିଅ ଘରକୁ ନଫେରିବାରୁ ସସ୍ମିତାଙ୍କ ବାପା ଓ ଅନ୍ୟ ପରିବାରଲୋକେ ତାଙ୍କ ଝିଅକୁ ଯୁଧିଷ୍ଟିର ଅପହରଣ କରି ନେଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଟିର ଫେରାର ଥିବା ଯୋଗୁ ପୋଲିସ ତା ପରିବାରଲୋକଙ୍କୁ ଡ଼ାକି ପଚରାଉଚରା କରିଥିଲା ମାତ୍ର ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁଧÒଷ୍ଟିର ଥାନାରେ ପହଞ୍ଚି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସବୁ କଥା ସାମ୍ନାକୁ ଆସିଥÒଲା
ଯୁଧିଷ୍ଟିର ଓ ସସ୍ମିତା ଗତ ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହି ଆସୁଥିଲେ ଏହା ଭିତରେ ସସ୍ମିତା ଯୁଧୀଷ୍ଟିରଙ୍କ ଲାଗି ବହୁବାର ଗର୍ଭବତୀ ହୋଇ ଗର୍ଭପାତ ମଧ୍ୟ କରାଇଥÒଲେ ଏହାପରେ ସସ୍ମିତା ଯୁଧÒଷ୍ଟିରଙ୍କୁ ବିବାହ ଲାଗି ଜିଦ୍ ଧରି ବସିଥÒଲେ ଏପରିକି ସସ୍ମିତା ଓ ଯୁଧÒଷ୍ଟିର ରେଜିଷ୍ଟ୍ରି ବିବାହ କରିବା ଲାଗି ସ୍ଥର କରିଥÒଲେ ଦୁଇ ମାସ ପରେ ଉଭୟଙ୍କ ରେଜେଷ୍ଟ୍ରି ବିବାହ ହୋଇଥାନ୍ତା ବିବାହ କରିବାକୁ ଯୁଦ୍ଧିଷ୍ଟିର ପ୍ରଥମେ ଅରାଜି ଥିଲା କିନ୍ତୁ କିଛି ଦିନ ପରେ ଯୁଧୀଷ୍ଟିର ରେଜିଷ୍ଟ୍ରି ମ୍ୟାରେଜ କରିବା ଲାଗି ରାଜି ହୋଇଥÒଲା ପରେ ଯୁଧÒଷ୍ଟିର ସସ୍ମିତାକୁ ବୁଝାଇ ସୁଝାଇ ଭୁବନେଶ୍ବର ବୁଲାଇବାକୁ ଓ ରେଜିଷ୍ଟ୍ରି ମ୍ୟାରେଜ୍ କରିବାକୁ ଡ଼ାକି ଏପରି ଜଘନ୍ୟ କାଣ୍ଡ ଭିଆିଛି ବୋଲି ପୋଲିସ୍ ସନ୍ଦେହ କରୁଛି ଏହି ହତ୍ୟାମାମଲାଟିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ଚନ୍ଦକା ଓ ସତ୍ୟବାଦୀ ପୋଲିସ ମିଳିତ ଭାବରେ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପଛରେ କେବଳ ଯୁଦ୍ଧିଷ୍ଟିର ନା ଆଉ କେହି ଜଡ଼ିତ, ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ କହିଛି ଅନ୍ୟପକ୍ଷେ ଅଭିଯୁକ୍ତ ଯୁଧÒଷ୍ଟିର କହିଛି ଯେ, ସେ ସସ୍ମିତାକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦୁଇଟି ଅଲଗା ଅଲଗା ସ୍ଥାନରେ ମୁଣ୍ଡ ଓ ଗଣ୍ଡିକୁ ଫିଙ୍ଗି ଦେଇଥିଲା ଏହି ମାମଲାରେ ପୋଲିସ୍ ଯୁଧÒଷ୍ଟିରଙ୍କ ପରିବାର ଲୋକଙ୍କୁ ଡ଼ାକି ପଚରା ଉଚରା କରିବାରୁ ସେ ଆ ସମର୍ପଣ କରି ସବୁ କଥା କହିଛି ବୋଲି ସେ କହିଛି ଅନ୍ୟ ପକ୍ଷରେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି
