ପଦାରେ ପଡ଼ିଲା ଶିକ୍ଷାମନ୍ତ୍ରୀଙ୍କ ଅପାରଗତା, ଏଣେ ତେଣେ ଜେରୋକ୍ସ ଚାଲିଛି ପ୍ରଶ୍ନପତ୍ର

ଜଳେଶ୍ବର : ( ସଂଜୟ ଦାସ ) ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ଲାଗିଛି ବଡ଼ପ୍ରଶ୍ନ । କଣ କରୁଥିଲେ ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ । ଦୀର୍ଘ ସମୟ ପରେ ବି କେମିତି ହୋଇପାରିଲାନି ଏକକ ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି। ବାରମ୍ବାର ତାରିଖ ପରିବର୍ତନ ପରେ ସାରା ରାଜ୍ୟରେ ଚଳିତ ମାସ ତା ୦୧/୧୧/୨୦୧୯ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ପ୍ରଥମ ରୁ ଅଷ୍ଟମ ଏକକାଳୀନ ପରୀକ୍ଷା। ସ୍କୁଲ କେନ୍ଦ୍ରକୁ ପହଞ୍ଚି ପାରିଲାନି ପିଲା ସଂଖ୍ୟାର ଆବଶ୍ୟକ ଓ ସମ୍ପୂର୍ଣ୍ଣ ପ୍ରଶ୍ନପ୍ରତ୍ର। ଏଣେ ତେଣେ ଚାଲିଛି ପ୍ରଶ୍ନପତ୍ର ଜେରୋକ୍ସ । ତେବେ କଥା ହେଉଛି ଯେଉଁଠି ଛାତ୍ରଛାତ୍ରୀଙ୍କ ଭାଗ୍ୟ ଗଢିବା ପାଇଁ ନୀତିନିୟମ ଓ କୋଟି କୋଟି ଅର୍ଥଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଅପାରଗତା ଓ ଶିକ୍ଷାମନ୍ତ୍ରୀଙ୍କ ଦାୟିତ୍ୱହୀନତାର ଏକ ଜ୍ୱଳନ୍ତ ଉଧାହରଣ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ କିଏ ପାନ ଦୋକାନ ତ ଆଉ କିଏ ଇଲେକ୍ଟ୍ରି ଦୋକାନରେ ବିଭିନ୍ନ ପ୍ରଶ୍ନପ୍ରତ୍ର ଜେରୋକ୍ସ ପାଇଁ ଧାଡି ଲାଗିବା କଥା ଶୁଣିବାକୁ ମିଳିଛି । ଆଉ ଶିକ୍ଷକ ଶିକ୍ଷୟତ୍ରୀ ଜେରୋକ୍ସ କରି ଫେରିବା ପରେ ସେହି ଜେରୋକ୍ସ ପ୍ରଶ୍ନପ୍ରତ୍ରକୁ କେତେକ ଦୋକାନୀ ପ୍ରତେକ ପ୍ରଶ୍ନପ୍ରତ୍ର ପିଛା ୨୦ ଟଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବିକ୍ରୀ ହେଉଥିବା କଥା ସାମ୍ନାକୁ ଆସିଛି । ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ “ମୋ ସରକାର” କାର୍ଯ୍ୟ ଧାରାର ବିକାଶ ଦିଗରେ ବିଭାଗୀୟ ମନ୍ତ୍ରୀ କେତେ ତତ୍ପର ତାହା ଦେଖିବା ପାଇଁ ଆଗକୁ ବାକିରହିଲା ।

Leave a Reply

Your email address will not be published. Required fields are marked *