thebreakingnewsonly December 7,2018
ଭୁବନେଶ୍ୱର : କମିସନରେଟ ପୋଲିସ ର କୁଇକ ଆକ୍ସନ ଟିମ ପକ୍ଷରୁ ଚଢ଼ାଉ କରାଯାଇ ରାଜଧାନୀର ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍ ଠାବ କରାଯାଇଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ସମ ହସ୍ପିଟାଲ ନିକଟରେ ଥିବା ଏକ ଆପାର୍ଟମେଣ୍ଟ ରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଟିମ ମୁଖ୍ୟ ଶୁଭେନ୍ଦୁ ସାହୁ ଗତ କିଛି ଦିନ ତଳୁ ସେଠାରେ ଦେହବେପାର ଚାଲୁଥିବା ନେଇ ସୂଚନା ପାଇବା ପରେ ଆପାର୍ଟମେଣ୍ଟ ଉପରେ ନଜର ରଖିଥିଲେ । ତେବେ ଆଜି ଅଚାନକ ଚଢ଼ଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଗରାଖଙ୍କୁ ଗିରଫ କରିଛି । ଯୁବତୀ ୩ ଜଣ ବଙ୍ଗୀୟ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ପୋଲିସ ୨ଟି କାର, ୩ ବାଇକ ସମେତ ଅନ୍ୟ ଆପତ୍ତିଜନକ ଜିନିଷ ଜବତ କରିଥିବା ଜଣାପଡିଛି । ତେବେ ଘର ମାଲିକ ଙ୍କ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ ।
