ଦୁର୍ନୀତି ର କଳା ଟଙ୍କା ପାଇଁ କିଏ ବିକଳ, କିଏ ପାଗଳ ଆଉ କିଏ କରିଛି ଖେଳ

ଔପଦା : ପାଇଖାନା ଦଲାଲ, ମୋଟିଭେଟର, ଜି.ଆର.ଏସ,
ଏ.ଇ ନା ବିଡ଼ିଓ ଙ୍କ ସମେତ ଅନ୍ୟ ବଡ଼ ଅଧିକାରୀ କେହି ସାମିଲ ଅଛନ୍ତି ଏଥିର

ଆର.ଟି.ଆଇରେ ତଥ୍ୟ ହସ୍ତଗତ ହୋଇସାରିଛି, ଦୁର୍ନୀତିର ସ୍ପଷ୍ଟ ପ୍ରମାଣ ମିଳୁଛି, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ମଧ୍ୟ ରହିଛି ତଥାପି ଅବହେଳା କାହିଁକି ? ସ୍ୱଚ୍ଛଭାତର ଯୋଜନାରେ ପାଇଖାନା ଟଙ୍କା ହୋଇଛି ହରିଲୁଟ । ଔପଦା ବ୍ଲକ ଅଧୀନ ପଞ୍ଚାୟତ ଶ୍ୟାମସୁନ୍ଦରପୁର, ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଯଉଠି

ଏଠି କିଏ ଆଉ କାହାପାଇଁ ଲୁଚକାଳି ଖେଳୁଛି, ଅଭିଯୋଗ ଅନୁସାରେ ଦଲାଲ ପଞ୍ଚାୟତ ପ୍ରଶାସନିକ ରାଜନୈତିକ ଦଳ ର ବଡ଼ପଣ୍ଡା ଅଟନ୍ତି ପୁଣି କିଛି ବ୍ଲକ ସୁପାରିଶ କ୍ରମେ ମୋଟୀଭେଟର ବି ଅଛନ୍ତି ଏତେ କଥା କହିବା ପରେ ନିଶ୍ଚିତ ଭାବୁଥିବେ ଘଟଣା କଣ?
ତାହେଲେ ଶୁଣି ନିୟନ୍ତୁ ଅଭିଯୋଗ, ଏବେ ଦେଖନ୍ତୁ RTI ଯୋଗେ ମିଳିଥିବା ପ୍ରମାଣ, ନିଜ ଖର୍ଚ୍ଚ ରେ ପାଇଖାନା କରି ୨ ୨ ଥର ରଙ୍ଗ ଦେଇ ସ୍ୱଚ୍ଛ ଭାରତ ର ଲେଖା ଲେଖି ୱାର୍କ ଅଡର ସହିତ ସମସ୍ତ କାଗଜ ଦେବା ପରେ ୨ ଥର ଉଠିଛି ଟଙ୍କା ହେଲେ ହିତାଧିକାରୀ ଙ୍କ ଏକାଉଣ୍ଟ କୁ ନ ଯାଇ ଗଲା କୁଆଡେ, ବଡ଼ ସନ୍ଦେହ କଣ ଭୁତ ଖାଇଗଲେ, ସ୍ୱାଧୀନତା ର ପୂର୍ବରୁ ହୋଇଥିଲେ ବୋଧେ କାହାର ବିଶ୍ୱାସ ହେଇ ଯାଆନ୍ତା ହେଲେ ବିଜ୍ଞାନ ଯୋଗ ରେ ଭୁତ ଖାଇବା କଥା କିଏ ବିଶ୍ୱାସ କରେ, ଏ ସମସ୍ତ ହରିଲୁଟ ହୋଇଛି କରୋନା ର ଆଢୁଆଳ ରେ ଆଉ ଆପସ ପ୍ରୀତି ତଥା ମଧୁଚନ୍ଦ୍ରିକାରେ, ମୃତ ବ୍ୟକ୍ତି ଙ୍କୁ ବି ଛାଡିଲେ ନାହିଁ ସେଥିରେ, ହରିଶ୍ଚନ୍ଦ୍ର ଯୋଜନା ପାଇବା ପରେ ପାଇଖାନା କଣ ଭୁତ ପାଇଁ ଆବଶ୍ୟକ ପଡି ପାରେ, ସତରେ ଭୁତ ମାନଙ୍କ ଏକାଉଣ୍ଟ ଖୋଲା ଯାଉନାହିଁ କୌଣସିବି ବ୍ୟାଙ୍କ ମାନଙ୍କ ଶାଖାରେ, ମୃତକ ଙ୍କ ବହୁ କଣ କହୁଛନ୍ତି ଶୁଣି ନିୟନ୍ତୁ ଥରେ
ଶୁଣିବା ପରେ କଣ ଭାବୁଛନ୍ତି କେବଳ ଏତିକି ରେ ସରିଗଲା ନା.. ଜମା ନୁହଁ ଅନ୍ୟ ପଞ୍ଚାୟତ ର ଗ୍ରାମ ରେ ଥିବା ହିତାଧିକାରୀ ଙ୍କ ପାଇଖାନା ଟଙ୍କା କୁ ହଡପ କରି ଦର୍ଶା ଯାଇଛି ଶ୍ୟାମସୁନ୍ଦରପୁର ନାମ ରେ, ସ୍ୱଚ୍ଛ ଭାରତ ନାମ ରେ ଯେଉଁ ଅର୍ଥ ହରିଲୁଟ ହୋଇଛି ବ୍ଲକ ଲାଗିଛି ଅସ୍ଵଛ ହେବାରେ, ବୁଦ୍ଧିଯିବି ପ୍ରଶ୍ନ କରୁଛି ସମାଧାନ ହେବକି ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ରେ କଳଙ୍କ ଲାଗିବା ପରେ.. ନମ୍ବର ୱାନ କୁ ହରାଇବା ପାଇଁ ତାଙ୍କ ନିଜ ଲୋକ ଏତେ ତତ୍ପରତା କାହିଁକି କରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବା ପୂର୍ବରୁ RTI ମଗେଇଥିବା ଭାଇଙ୍କୁ ଆସନ୍ତୁ ଶୁଣିନେବା ଥରେ… ପୁଣି ଦେଖାହେବ ଏହି ଖବର ର ଅନ୍ୟ ଏକ ଏପିସୋଡ ରେ. ରହୁଛୁ ଆପଣଙ୍କ ମତାମତ ଅପେକ୍ଷାରେ..
ବାଲେଶ୍ୱର ଜିଲ୍ଲା ନୀଳଗିରି ରୁ ନିହାର ରଞ୍ଜନ ଜେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *