ଡକାୟତ ଯୋଜନା କରୁଥିଲେ ମାଡିବସିଲା ପୁଲିସ: ଜଣେ ଗିରଫ ୪ ପେରାର
ସୋର : ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ପକ୍ଷରୁ ଚଢାଉ କରାଯାଇ ଜଣେ ଡକାୟତକୁ ଗିରଫ କରାଯାଇଥିବା ବେଳ ୪ଜଣ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି କରିବାକୁ ଏକ ଗେଙ୍ଗ ଗୋଟିଚଳାଉଥିଲେ। ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ସୋର ପୁଲିସ ପକ୍ଷରୁ କଲେଜ ଛକ ନିକଟରେ ଚଢାଉ କରାଯାଇଥିଲା। ୫ ଜଣ ଡକାୟତଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ୪ ଜଣ ଖସିପଳାଇଥିଲେ। ପୁଲିସ ଜଣେ ଡକାୟତକୁ ଗିରଫ କରିବା ସହିତ ଏକ ଲାଲ ରଙ୍ଗର ବୋଲେରୋ ଓ ଏକ ଖଣ୍ଡା, ୩ ଟି ତେଲେଙ୍ଗା କଟୁରୀକୁ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଔପଦା ଥାନା ଗରୁଡ଼ହନ୍ତା ଗ୍ରାମର ପ୍ରକାଶ ଚନ୍ଦ୍ର ବିଶ୍ୱାଳ (୨୬)କୁ ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରିଛି। ପ୍ରକାଶ ନାମରେ ସୋର ଥାନାରେ ୫ ଟି, ଖଇରା ଥାନାରେ ୨ ଟି, ଶିଳ୍ପାଞ୍ଚଳ ଥାନାରେ ଗୋଟିଏ ଅପରାଧିକ ମାମଲା ଥିବା ସୋର ଥାନାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
