ଭୁବନେଶ୍ୱର,୭/୧୨: ସ୍ଥାନୀୟ ସରକନ୍ତରା ଗ୍ରାମ ନିକଟ ରେଲୱେ ଲାଇନ୍ କଡ଼ରେ ଏକ ଜଣାଶୁଣା କଲେଜର ପିଅନର ମୃତ ଦେହ ଉଦ୍ଧାର ହୋଇଛି। ଟ୍ରେନ୍ରେ ଆତ୍ମହତ୍ୟ କରିଥିବା ନେଇ ଜଣା ପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ଧଉଳି ଥାନା ଅଧୀନ ବସନ୍ତପୁର ଗ୍ରାମର ବାବନ ପ୍ରଧାନ(୫୫)। ସେ ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମାରେ ରୁହେ। ଏୟାର ଫିଲ୍ଡ ଥାନା ଅଧୀନ ଏକ କଲେଜରେ ଦିର୍ଘ ବର୍ଷ ହେଲା ପିଅନ ଭାବେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ୨ହଜାର ଟଙ୍କାକୁ କେନ୍ଦ୍ର କରି ତାଙ୍କୁ କଲେଜରେ ସାଇକେଲ ଷ୍ଟାଣ୍ଡ୍ରେ ଡ୍ୟୁଟି କରିବାକୁ ଗତକାଲି ନିଷ୍ପତ୍ତି ହୋଇଥିଲା। ସେ ଆଜି ଏହି ଖବର ପାଇ ଉକ୍ତ କଲେଜରେ ମନଦୁଖଃ କରି ବସିଥିଲେ। ତେବେ ତାଙ୍କୁ ଅପମାନ କରାଯାଇଥିବା ସେ ସନ୍ଦେହ କରିଥିଲେ। ସେ ମାନସିକ ଭାରସାମ୍ୟ ହରାଇ ଆଜି ସନ୍ଧ୍ୟାରେ ସାଇକେଲରେ ଯାଇ ସରକନ୍ତରା ଗ୍ରାମ ନିକଟ ରେଲୱେ ଲାଇନ୍ କଡ଼ରେ ସାଇକେଲକୁ ରଖି ଆତ୍ମହତ୍ୟା କରିଥିଲେ। ଟ୍ରେନ୍ରେ ମାଡ଼ ହୋଇ ମୁଣ୍ଡରେ ଗଭିର ଆଘାତ ଲାଗି ମୃତ୍ୟ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଖବର ପାଇ ତାଙ୍କୁ ଜିଆର୍ପି ପକ୍ଷରୁ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
