ଯଦି କୌଣସି ଟେଲିକମ୍ କମ୍ପାନୀ ବା ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କ ପରିଚୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି ଦାବି କରିବେ, ତା’ହେଲେ ତାଙ୍କୁ କଠୋରରୁ ଅତି କଠୋର ଦଣ୍ଡ ମିଳିବ। ନୂଆ ସିମ୍ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଯଦି କେହି ଆଧାର କାର୍ଡ ମାଗେ ତା’ହେଲେ ଉକ୍ତ କମ୍ପାନୀ ଏବଂ ବ୍ୟକ୍ତିଙ୍କୁ ୧ କୋଟିର ଜୋରିମାନା ଦେବାକୁ ପଡ଼ିବ। ସେହିପରି ୩ ବର୍ଷରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
