thebreakingnewsonly
ଭୁବନେଶ୍ୱର : ପାଇକମାନଙ୍କ ପାଇଁ ରାଜ୍ୟ ସରକାର ନିଜର ଉଦାର ମନୋଭାବ କିଛି ମାସ ତଳେ ପ୍ରତିପାଦିତ କରିଥିଲେ । ତେବେ ଏହା ଭୋଟ ପାଇଁ ଥିଲା ନା ପ୍ରକୃତରେ ପାଇକଙ୍କ ବଳିଦାନ ପାଇଁ ଥିଲା ତାହା ଏବେ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡିସେମ୍ବର ୬ତାରିଖ ଓଡିଶାର ମହାନ ଶହୀଦ ସ୍ୱାଧୀନତା ସଂଗ୍ରାମୀ ତଥା ପାଇକ ବୀର ଜୟୀ ରାଜଗୁରୁଙ୍କ ପୂଣ୍ୟତିଥି ଅବସରରେ ଫୁଲମାଳଟିଏ ଦେବାକୁ ରାଜ୍ୟ ସରକାର ଭୁଲିଗଲେ । ଓଡିଶା ନୁହେଁ ସାରା ଭାରତବର୍ଷ ଇତିହାସରେ ଜୟୀରାଜଗୁରୁଙ୍କୁ ଇଂରେଜମାନେ ବରଗଛ ଡାଳରେ ବାନ୍ଧି ତାଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରିଥିଲେ ତାହା ଓଡିଶାବାସୀଙ୍କ ମନରୁ ଆଜି ମଧ୍ୟ ଲିଭିନାହିଁ । କିନ୍ତୁ ଦୁଃଖଦ ବିଷୟ ରାଜ୍ୟ ସରକାର ତାଙ୍କ ବଳିଦାନ ଦିବସକୁ ଭୁଲିଗଲେ ।
ପାଇକ ଫାଉଣ୍ଡେସନ୍ର ଅଧ୍ୟକ୍ଷ ସତ୍ୟ ବିଶୋଇଙ୍କ ଆହ୍ୱାନରେ ପାଇକ ଫାଉଣ୍ଡେସନର କର୍ମକର୍ତ୍ତା,ଦୂରଦୃଷ୍ଟି ଖବରକାଗଜର ସଂପାଦକ ଭକ୍ତ ଶେଖର ରାୟ, ପୂର୍ବତନ ବିଧାୟକ ତଥା ବିଜେପି ନେତା ରମା ବଲ୍ଲଭ ବଳିୟାରସିଂହ, ବିଜେପି ନେତା ସୁବାଷ ଗନ୍ତାୟତ,ଭୂବନାନନ୍ଦ ତ୍ରିପାଠୀ,କୈଳାସ ଚନ୍ଦ୍ର ରଥ, ଓଡିଶା ଭାଷା ଆନେ୍ଦାଳନର ପୃଷ୍ଠପୋଷକ ପ୍ରଦୁ୍ୟମ୍ନ ସତପଥୀ ଓ କର୍ମକର୍ତ୍ତାମାନେ ଭୁବନେଶ୍ୱର ଏଜି ଛକ ନିକଟରେ ଥିବା ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ପରିସର ସଫେଇ କରିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବଳିଦାନ ଦିବସ ପାଳନ କରିଥିଲେ ।
ସମ ଦିନରେ ଭାରତବର୍ଷର ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପୂଣ୍ୟ ତିଥିରେ ରାଜ୍ୟ ସରକାର, ବିଜେଡି ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଆସିଥିଲେ ସୁଦ୍ଧା ମାତ୍ର ରାସ୍ତା ପାଶ୍ୱର୍ରେ ଥିôବା ଜୟୀ ରାଜଗୁରୁଙ୍କୁ ସରକାର କିପରି ଭୁଲିଗଲେ ବୋଲି ସମସ୍ତ ଉପସ୍ଥିତ ନେତୃମଣ୍ଡଳୀ ପ୍ରଶ୍ନ କରିଥିଲେ । ଓଡିଶା ତଥା ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମୀଙ୍କୁ ଯଦି ସରକାର ମନେ ରଖୁନାହାନ୍ତି ତାହାଠାରୁ କ’ଣ ଦୁଃଖଦାୟକ ବୋଲି ସମସ୍ତେ ମତ ପୋଷଣ କରିଥିଲେ ।
ଅଧ୍ୟକ୍ଷ
ପାଇକ ଫାଉଣ୍ଡେସନ୍
