ଭୁବନେଶ୍ବର/ ମଧ୍ୟପ୍ରଦେଶର ର ନିମଚ ଠାରେ ଚଳିତମାସ ୨୨ ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ବାଳକ ବାଳିକା ଦଳ ଆଜି ମଧ୍ଯ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଚମ୍ପିୟନସିପ୍ ରେ ଦେଶର ୧୨ଟି ରାଜ୍ୟର ଦଳ ଅଂଶ ଗ୍ରହଣ କରୁଛନ୍ତି l
ରାଜ୍ୟ ଟେନିସ୍ ବଲ କ୍ରିକେଟ ସଂଘର ପ୍ରତ୍ଯକ୍ଷ ତତ୍ବାବଧାନରେ ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଦଳ ଏହି ଚାମ୍ପିୟନସିପ୍ ରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବ l ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ଫାଦକ ଶିଥିଲ୍ କୁମାର ପଣ୍ତା, ଉପସମ୍ଫାଦକ ସୋମନାଥ ପରିଡ଼ା ଏବଂ ଓଡ଼ିଶା କୋଚ୍ ଚ଼କ୍ରଧର ମାଝି ଓଡ଼ିଶା ଦଳର ଖେଳାଳୀମାନଙ୍କୁ ଶୁଭେଛା ଜଣାଇଥିଲେ l ଓଡ଼ିଶା ଦଳ ନିଶ୍ଚିତ ଭାବେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ l
