କୃଷ୍ଣପ୍ରସାଦ ପରେ କାଳିଜାଇରେ ପକ୍ଷୀମଡକ । ଚିଲିକା ଭିତରେ ଥିବା କାଳିଜାଇ ପୀଠ ନିକଟ ଜଙ୍ଗଲରେ କାଉ ମରିପଡିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମୁଥିବାବେଳେ କାଉ ମରିପଡିବା, ଚିଲିକାରେ ବାର୍ଡ ଫ୍ଲୁ ଡର ଚିନ୍ତା ବଢ଼ାଇଦେଇଛି । ବାର୍ଡ ଫ୍ଲୁ ଭୟ ବଢ଼ୁଥିବା ବେଳେ ନଳବଣ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଜାରି କରାଯାଇଛି କଟକଣା । ବିଦେଶାଗତ ପକ୍ଷୀଙ୍କର ମୃତଦେହ କାଳେ କେଉଁଠି ପଡିଥିବ ସେନେଇ ବୋଟରେ ୧୬ଟି ପ୍ରୋଟେକ୍ସନ ଟିମ ବୁଲିି ଦେଖିଛନ୍ତି । ନଳବଣ ଭିତରକୁ ଯାଉଥିବା ଟିମ ମାକ୍ସ ପିନ୍ଧି ଯାଉଛନ୍ତି ।
୨ରୁ ୪ଦିନ ତଳେ ଚିଲିକାରୁ ଏକ ବିଦେଶାଗତ ପକ୍ଷୀର ମୃତଦେହ ମିଳିଥିଲା । ସେଗୁଡ଼ିକର ମଧ୍ୟ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଚିଲିକା ନଳବଣରେ ୬ ଭେଟନାରୀ ଟିମ ପହଚିଂ ରକ୍ତ ନମୂନା ସଂଗ୍ରହ କରୁଛନ୍ତି । ଏହିସବୁ ନମୂନା ପରୀକ୍ଷା ପାଇଁ ପଠାଯିବ ।
