ଏମକେସିଜିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ ।।

ବ୍ରହ୍ମପୁର:
ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହଷ୍ଟେଲରେ ଅଗ୍ନିକାଣ୍ଡ । ମେଡ଼ିକାଲ କଲେଜ ହଷ୍ଟେଲରେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଶେଷ ଧନଜୀବନ ନଷ୍ଟ ହୋଇନାହିଁ । ଉଲ୍ଲେଖ ଥାଉ କି, ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ସିନିଅର ରେସିଡ଼େ ଡ଼କ୍ଟର୍ସ ହଷ୍ଟେଲରେ ଆଜି ନିଆଁ ଲାଗିଛି । ଅଗ୍ନିକାଣ୍ଡ ଘଟିବା ସମୟରେ ହଷ୍ଟେଲରେ କେହି ଅନ୍ତେବାସୀ ଉପସ୍ଥିତ ନଥିବାରୁ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟ କରାଯାଉଛି । ହଷ୍ଟେଲରେ ନିଆଁ ଲାଗିବା ଘଟଣାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ଘଟଣା ପଛରେ କଣ ରହିଛି ରହସ୍ୟ ତାହା ଜାଣୀବାକୁ ପୋଲିସ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *